ଜୀବନ ଯୁଦ୍ଧରେ ହାରିଗଲେ ଢେଙ୍କାନାଳର ଯୋଡା ଶିଶୁ କନ୍ୟା । କଟକ ଶିଶୁ ଭବନରେ ଶେଷ ନିଶ୍ୱାସ କଲେ ତ୍ୟାଗ

ଜୀବନ ସଂଗ୍ରାମରେ ଶେଷରେ ହାରିଗଲେ ଢେଙ୍କାନାଳର ୨ ଶିଶୁ

576

କନକ ବ୍ୟୁରୋ : ଜୀବନ ସଂଗ୍ରାମରେ ଶେଷରେ ହାରିଗଲେ ଢେଙ୍କାନାଳର ୨ ଶିଶୁ । କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଢେଙ୍କାନାଳ ଯୋଡା ଶିଶୁକନ୍ୟା । ମିଳିଥିବା ସୂଚନା ଅନୁସାରେ ଏହି ଯୋଡା ଶିଶୁ ଢେଙ୍କାନାଳର । ଜନ୍ମ ହେବା ପରେ ଉଭୟ ଶିଶୁ ପରସ୍ପର ସହ ଯୋଡି ହୋଇ ରହିଥିଲେ । ଏହା ଜଣାପଡିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଥିଲା ।

ପରୀକ୍ଷାରୁ ଜଣାପଡିଥିଲା ଯେ, ଉଭୟଙ୍କ ଗୋଟିଏ ହୃତପିଣ୍ଡ ରହିଥିଲା । ହେଲେ ସେମାନଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତରୀଦଳ ମଧ୍ୟ ଲାଗିଥିଲେ । ଗତକାଲି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ହୋଇଥିଲା ।ହେଲେ ସ୍ୱତନ୍ତ୍ର ଡାକ୍ତରୀଦଳ ଚିକିତ୍ସାରେ ଲାଗିଥିଲେ । କିନ୍ତୁ ବଂଚାଇ ପାରିଲେ ନାହିଁ ଯୋଡା ଶିଶୁଙ୍କୁ । ଶେଷରେ ଆଜି ରାତି ପ୍ରାୟ ୧୦ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଯୋଡା ଶିଶୁ ।