କଥା କହିବା ବନ୍ଦ କରିଦେଲେ ଢେଙ୍କାନାଳ ଦୁଷ୍କର୍ମ ପୀଡିତା : ସ୍ୱାସ୍ଥ୍ୟବସ୍ଥା ସଂଗୀନ,ଏସସିବିକୁ ସ୍ଥାନାନ୍ତର

17

ଢେଙ୍କାନାଳ : ପ୍ରେମିକାକୁ ଦୁଷ୍କର୍ମ କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ପ୍ରେମିକ ଶିବାଶିଷ ମହାନ୍ତିଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ପୀଡିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସନ୍ଦେହ କରାଯାଉଛି, ଦୁଷ୍କର୍ମ ପରେ ଅଭିଯୁକ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ସେପଟେ ପୀଡିତାର ବୟାନ ଆଧାରରେ ଅଭିଯୁକ୍ତର ସହଯୋଗୀକୁ ପୁଲିସ କରିଛି ।