ଢେଙ୍କାନାଳ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଲୁଟିଲେ ଦୁର୍ବୃତ

19

ଢେଙ୍କାନାଳ : ଢେଙ୍କାନାଳରେ ୨ ଦୁର୍ବୃତ ବନ୍ଧୁକ ମୁନରେ ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ୨ ରାଉଣ୍ଡ ଗୁଳି କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଦୁର୍ବୃତ ଏହି ବଡଧରଣର ଲୁଟ କରିଛନ୍ତି । ଫଳରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଗୋଡରେ ୨ ରାଉଣ୍ଡ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଂକୁ ଢେଙ୍କାନାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ବଳରାମ ପ୍ରସାଦ ଗୋଡିଆ କାଟଣାୀ ପେଟ୍ରୋଲ ପମ୍ପରେ ଏହି ଡକାୟତି ହୋଇଛି ।