ଆଜି କୁମାର ପୂର୍ଣ୍ଣମୀ : ଢେଙ୍କାନାଳରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

103

ଢେଙ୍କାନାଳ : ପାର୍ବଣ ଋତୁର ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ଢେଙ୍କାନାଳରେ କୁମାରପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା ୧୧ଦିନ ଧରି ଜମିବ । ସହରରେ ୪୦ଟି ପୁଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଇବେ ।

ଆଜି ଅପରାହ୍ନ ୩ଟା ୫୪ରେ ବିଲ୍ୱ ଅଧିବାସ, ପରେ ପରେ ଦେବ ନିମନ୍ତ୍ରଣ, ଚକ୍ଷୁ ଦାନ, ହବନ ଏବଂ ପୁଷ୍ପାଜଂଳି ଆଦି ନୀତିକାନ୍ତି କରାଯିବ । ଏହାପରେ ରାତି ୧୦ଟା ରୁ ଗୋଟାଏ ୬ରୁ ମହାମାୟୀଙ୍କର ପ୍ରଥମ ଦିବସର ପୂଜାପାଠ କରାଯିବ । ସମସ୍ତ ପୂଜା ନୁଷ୍ଠାନଗୁଡିକରେ ମାଙ୍କର ପୂଜା ଆସ୍ଥାନର ସାଜସଜ୍ଜା ଅପରାହ୍ନ ୨ଟା ସୁଦ୍ଧା ଶେଷ କରିବାକୁ ମିଳିତ ପୁଜା କମିଟି ପକ୍ଷରୁ ସର୍ତାବଳୀ ରହିଛି ।

ପୂଜାକୁ ସରସସୁନ୍ଦର କରିବା ପାଇଁ ସହରରେ ୧୪୦ଟି ଆଲୋକ ତୋରଣ କରାଯାଇଛି । ଏବେ ସାରା ସହରବାସୀ ଉତ୍କଣ୍ଠାର ସହ ଧନଦାତ୍ରୀଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି । କୁମାରପୂର୍ଣ୍ଣମୀ ଚାନ୍ଦ ଉଇଁବା ସହିତ ମା ଲକ୍ଷ୍ମୀ ଆସ୍ଥାନକୁ ଆଗମନ କରିବେ ।