ଦେଶୀଗାର୍ଲ ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କ ମୁଣ୍ଡ ଉପରେ ୭ କୋଟି ଟଙ୍କାର କରଜ । କମ୍ପାନିକୁ ଦେବାଳିଆ ଘୋଷଣା କଲେ ପଲ ଜୋନ୍ସ
ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନସଙ୍କ ସହ ନିର୍ବନ୍ଧ ହେବା ପରେ ଏବେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ତେବେ ଦୁହିଁଙ୍କ ବିବାହ ପୂର୍ବରୁ ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳିଛି, ଯାହାକୁ ଶୁଣିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସକମାନଙ୍କ ମନ ଦୁଃଖ ହେବ ନିଶ୍ଚୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ଖବର ଅନୁଯାୟୀ ପ୍ରିୟଙ୍କାଙ୍କ ଶ୍ୱଶୁର ପଲ୍ ଜୋନସ ଏକ କନ୍ଷ୍ଟ୍ରକ୍ସନ୍ ଏବଂ ରିୟଲ ଇଷ୍ଟେଟ୍ ବ୍ୟବସାୟର ମାଲିକ ଥିଲେ । କିନ୍ତୁ ଅଧିକ କରଜ କରି ନେଇଥିବାରୁ ସେ ନିଜ କମ୍ପାନିକୁ ଦେବାଳିଆ ଘୋଷଣା କରିଥିବା ଜଣା ପଡ଼ିଛି । ଏହି ଖବର ଆମେରିକାର ଖବର କାଗଜରେ ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ଖବର ଅନୁଯାୟୀ ପଲ୍ ଜୋନସଙ୍କ କମ୍ପାନି ଉପରେ ୭କୋଟି ୮ଲକ୍ଷ ଟଙ୍କାର କରଜ ରହିଛି । ଯାହାକୁ ସେ ସୁଝି ପାରି ନାହାନ୍ତି । ଏଥି ପାଇଁ ସେ ନିଜର କିଛି ସଂପତ୍ତି ବିକ୍ରି କରିବେ ବୋଲି ମଧ୍ୟ ଜଣା ପଡ଼ିଛି । କିନ୍ତୁ ବଡ଼ କଥା ହେଲା ପଲ୍ ନିଜ କମ୍ପାନିକୁ ଦେବାଳିଆ ଘୋଷଣା କରିବା ପରେ ଏହାର ପ୍ରଭାବ ତାଙ୍କ ପରିବାର ଉପରେ ପଡ଼ିବ ନାହିଁ ବୋଲି ଜଣା ପଡ଼ିଛି ।