ଗାଁ ଲୋକଙ୍କ ପାଇଁ ଛାଡିଲେ ବୈଜ୍ଞାନିକ ଚାକିରି! ଏବେ ଗାଁରେ ଔଷଧ ତିଆରି କରିବା ସହ କରୁଛନ୍ତି ଚାଷ ।

45

ତାମିଲନାଡୁରେ ପେନାଗ୍ରାମ ନାମକ ଏକ ଛୋଟ ଗାଁ ରହିଛି । ପ୍ରତି ଗାଁ ଭଳି ଏହି ଗାଁରେ ବି ଅନେକ କୃଷକ ଅଛନ୍ତି । ବିଲରେ ଚାଷବାଷ କରି ନିଜର ଭରଣ ପୋଷଣ କରିଥାନ୍ତି । କିନ୍ତୁ ଏହି ଗାଁରେ ଏପରି ଏକ କୃଷକ ଅଛନ୍ତି ଯିଏକି ସବୁ କୃଷକମାନଙ୍କ ଠାରୁ ସମ୍ପୁର୍ଣ୍ଣ ଅଲଗା । ବୋଧ ହୁଏ ଏହି ବ୍ୟକ୍ତି ଜଣଙ୍କୁ ଆପଣ ଦେଖିଲେ ସାଧାରଣ ବ୍ୟକ୍ତି ଭାବି ପାରନ୍ତି କିନ୍ତୁ ବାସ୍ତବତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତିଙ୍କ ନାଁ ହେଉଛି ଡ. ହରିନାଥ କାସିଗନେସନ । ହରିନାଥ ଆମେରିକାରେ ଏକ ପ୍ରତିଷ୍ଠିତ ଔଷଧୀୟ ବୈଜ୍ଞାନିକ ଭାବେ ବେଶ କ୍ଷାତି ଅର୍ଜନ କରିଛନ୍ତି ।

ହରିନାଥ ଚାହୁଁଥିଲେ ତାଙ୍କର ଅଭିଜ୍ଞତା ସାଧାରଣ ଲୋକଙ୍କ କାମରେ ଲାଗୁ । ତେଣୁ ସେ ଆମେରିକା ଛାଡି ଏବେ ଗାଁରେ ଚାଷ କରୁଛନ୍ତି । ସେ ଆମେରିକାରେ ଥିବା ଅବସ୍ଥାରେ ତାଙ୍କର ଏପିଜେ ଅବଦୁଲ କଲାମଙ୍କ ସହ ଭେଟ ହୋଇଥିଲା ସେବେ ଠାରୁ ହରିନାଥ କଲାମଙ୍କ ଅନୁପ୍ରାଣିତରେ ଚାଲିଆସୁଛନ୍ତି ।

ହରିନାଥଙ୍କ କହିବା ଅନୁସାରେ, ଏପିଜେ ଅବଦୁଲ କଲାମ ଜଣେ ବହୁତ ଭଲ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ପାଖରେ କିଛି ଏପରି ଯାଦୁ ଥିଲା, ତାଙ୍କ ନିକଟକୁ ଆସୁଥିବା ପ୍ରତିଟି ବ୍ୟକ୍ତି ସୁନା ପାଲଟିଯାଉଥିଲେ । ହରିନାଥ ଏହା ମଧ୍ୟ କହିଛନ୍ତି , ସେ ୧୦ ବର୍ଷରୁ ଅଧିକ ସମୟ ଡିଆଡିଓରେ କାମ କରିବା ପରେ ହରିନାଥ ୨୦୦୫ରେ ଆମେରିକା ଚାଲିଯାଇଥିଲେ । ଏବଂ ସେଠାରେ ସେ ହାର୍ଟ ରୋଗ ପାଇଁ ଔଷଧ ତିଆରି କରିବା ପାଇଁ ଅନ୍ତରାଷ୍ଟ୍ରିୟ ଔଷଧ କମ୍ପାନୀରେ କାମ କରୁଥିଲେ । ପ୍ରାୟ ୧୦ ବର୍ଷ ସେଠାରେ ହରିନାଥ କାମ କରିବା ପରେ ତାଙ୍କୁ ତାଙ୍କର ସବୁ ପରିଶ୍ରମ ସବୁ ଅର୍ଥହିନ ଲାଗିଲା । କାରଣ ସେ ତିଆରି କରୁଥିବା ଔଷଧ କମ୍ପାନୀ ପାଇଁ ଟଙ୍କା କମାଇବାର ଏକ ମାର୍ଗ ପାଲଟିଯାଇଥିଲା । ଯାହା ଫଳରେ ସେ ବହୁତ ଦୁଃଖୀ ହୋଇଯାଇଥିଲେ ଏବଂ ପରେ ସେ ସାଧାରଣ ଲୋକଙ୍କ ପାଇଁ କିଛି କରିବା ପାଇଁ ନିଷ୍ପତି ନେଇଥିଲେ । ତେଣୁ ସେ ଆମେରିକା ଛାଡି ଏବେ ଗାଁରେ ଲୋକଙ୍କ ପାଇଁ ମାଗଣାରେ ଔଷଧ ତିଆରି କରିବା ସହ ଚାଷବାଷ କରୁଛନ୍ତି ।