ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଡେରା ମୁଖ୍ୟ ରାମରହିମ !

46

କନକ ବ୍ୟୁରୋ : ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଡେରା ମୁଖ୍ୟ ରାମରହିମ । ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ରୋହତକ ଜେଲରେ ଥିବା ରାମରହିମ ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ଉପରେ ଲଗାଇଯାଇଥିବା ଅଭିଯୋଗ ମିଛ ବୋଲି ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ RAM RAHIM ହୋଇଛନ୍ତି । ଏହା ସହିତ ଆବେଦନରେ ଦର୍ଶାଇଛନ୍ତି କି ସେ ଶାରିରୀକ ସମ୍ପର୍କ ରଖିବାକୁ ଅକ୍ଷମ । ତେଣୁ ସିବିଆଇ କୋର୍ଟଙ୍କ ରାୟର ପୁର୍ନବିଚାର କରାଯାଉ ।

ରାମରହିମଙ୍କୁ ୧୫ ବର୍ଷ ତଳର ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅଗଷ୍ଟ ୨୫ତାରିଖରେ ଦୋଷୀ ଘୋଷଣା କରିଥିଲେ । ଏବଂ ୨୮ତାରିଖରେ ଏହି ମାମଲାରେ ୨୦ବର୍ଷ ଜେଲ ଦଣ୍ଡ ସହ ୩୦ଲକ୍ଷ ଟଙ୍କାର ଜୋରିମାନାର ଦଣ୍ଡ ଦେଇଥିଲେ । ଅଗଷ୍ଟ ୨୫ ତାରିଖରେ ରାମରହିମଙ୍କୁ ଦୋଷୀ ଘୋଷଣା କରାଯିବା ପରେ ପଞ୍ଜାବ ଓ ହରିୟାଣାରେ ଦେଖାଦେଇଥିଲା ବ୍ୟାପକ ହିଂସା । ଏହି  ହିଂସାରେ ୩୮ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ହାଇକୋର୍ଟରେ ଆଣ୍ଟିସିପେଟୋରୀ ବେଲ୍ ପାଇଁ ଆବେଦନ କରିଛନ୍ତି ହନିପ୍ରୀତ୍ ।