ବଙ୍ଗୋପସାଗରରେ ମାଡିଚାଲିଛି ବାତ୍ୟା:ଆନ୍ଧ୍ର ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

243

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆନ୍ଧ୍ର ଓ ଓଡିଶା ଉପକୂଳରେ ସାଇକ୍ଲୋନ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ଆଜି ମଧ୍ୟରାତ୍ର ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ସାଇକ୍ଲୋନ ବାଂଲାଦେଶ ଭୂଖଣ୍ଡରେ ହିଟ୍ କରିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ପବନର ବେଗ ୮୫ କିଲୋମିଟରକୁ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବେଗରେ ପବନ ସହ ବର୍ଷା ହେବ । ସେହିପରି ଓଡିଶାରେ ଏହାର ପ୍ରଭାବରେ ଆସନ୍ତା ୧୯ ଓ ୨୦ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।