କନକ ବ୍ୟୁରୋ: ଯବାନଙ୍କୁ ଶେଷ ସମ୍ମାନ । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଯବାନଙ୍କ ଶେଷକୃତ୍ୟ ଢେଙ୍କାନାଳରେ ସମ୍ପନ୍ନ ହୋଇଛି । ସୂଚନା ମୁତାବକ, ରାଜସ୍ଥାନର ସୁରତଗଡରେ ବାୟୁସେନାର ୧୦୪ ସ୍କ୍ୱାଡ୍ରନରେ କାର୍ଯ୍ୟରତ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପାଟଣାସାହିର ଅଚ୍ୟୁତାନନ୍ଦ ସାହୁ ଏକ ସଡକ ଦୁର୍ଘଟଣାରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନରୁ ଏକ ସ୍ୱତନ୍ତ୍ର ବିମାନରେ ଅଚ୍ୟୁତାନନ୍ଦଙ୍କ ମରଶରୀର ପହଂଚିବା ପରେ ବାୟୁସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଆଉ ୭ ଦିନ ପରେ ଛୁଟିରେ ଘରକୁ ଫେରିବାକୁ ଥିବା ଅଚ୍ୟୁତାନନ୍ଦଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବାୟୁସେନା ଯବାନ ଅଚ୍ୟୁତାନନ୍ଦଙ୍କ ପୈତୃକ ଗ୍ରାମ ପାଟଣାସାହିରେ ଅଶ୍ରୁଳ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।