ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଚାଂଚଲ୍ୟକର ବୟାନ ! କହିଲେ, ରାଜନୀତିରେ ପରିପକ୍ୱ ନୁହଁନ୍ତି ରାହୁଲ ଗାନ୍ଧୀ

34

କନକ ବ୍ୟୁରୋ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପରିପକ୍ୱ ନୁହନ୍ତି । ଜଣେ ପୋଖତ ରାଜନେତା ହେବାକୁ ତାଙ୍କୁ ଆହୁରି ସମୟ ଲାଗିବ । ଏକ ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ଅଫ ଇଣ୍ଡିଆ’କୁ ସାକ୍ଷାତକାର ଦେଇ ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ ।

୪୦ ବର୍ଷ ବୟସରେ ରାଜନୈତିକ ପରିପକ୍ୱତା ଆସିନଥାଏ ବୋଲି କହିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ରାହୁଲଙ୍କ ବ୍ୟାପାକ ପ୍ରଚାର ସତ୍ୱେ କଂଗ୍ରେସ ବିଭିନ୍ନ ରାଜ୍ୟରେ ଭଲ ପ୍ରଦର୍ଶନ କରିପାରୁ ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଶିଲା । ତେବେ କଂଗ୍ରେସ ସବୁବେଳେ ସମାଜର ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ ଲଢେଇ କରିଆସିଛି ବୋଲି ଶିଲା କହିଛନ୍ତି ।

ଏହି କ୍ରମରେ ରାହୁଲ ଗାନ୍ଧୀ ଦେଶରେ ଚାଷୀଙ୍କ ସ୍ଥିତିକୁ ନେଇ ସ୍ୱର ଉଠାଇଛନ୍ତି । ଏବେ ରାଜନୀତିର ସଂଜ୍ଞା ବଦଳିଛି । ରାଜନୈତିକ ବୟାନବାଜିରେ ବ୍ୟବହାର ହେଉଥିବା ଶବ୍ଦ ମଧ୍ୟ ବଦଳିଗଲାଣି । ତେଣୁ କଂଗ୍ରେସ ଏହି ପରିବର୍ତ୍ତିତ ସ୍ଥିତି ସହ ଖାପ ଖୁଆଇବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।