ଦାମ-ଦେବାଶିଷ ମୁହାଁମୁହିଁ ! କାହିଁକି ପାରାଦୀପରେ ପଦ୍ମ ଫୁଟିଲା ସମୀକ୍ଷା କରିବାକୁ ପରାମର୍ଶ ଦେଲେ କଟକ ବାରବାଟୀ ବିଧାୟକ

31

କନକ ବ୍ୟୁରୋ : ବିଜେଡି ବନାମ ବିଜେଡି । ପାରାଦୀପ ପଂଚାୟତ ନିର୍ବାଚନ ପ୍ରସଙ୍ଗରେ ଦାମ ରାଉତଙ୍କୁ ଟାର୍ଗେଟ କରିଛନ୍ତି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ । ଦାମ ରାଉତ ଜଣେ ବରିଷ୍ଠ ଓ ଅଭିଜ୍ଞ ନେତା । ତେଣୁ ତାଙ୍କ ଅଂଚଳରେ ଯେଉଁ ପଦ୍ମ ଫୁଟିଛି ସେ ସମୀକ୍ଷା କରିବା ଦରକାର । ଯେଉଁ ସ୍ଥାନରେ ବିଜେଡି ଖରାପ କରିଛି ତାର ସମୀକ୍ଷା କରିବା ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଷ ଦେଇଛନ୍ତି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।

ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ଉତ୍ତର ରଖିଛନ୍ତି ଦାମୋଦର ରାଉତ । ପାରାଦୀପରେ ଡି ବଦର୍ସ ନାହାନ୍ତି ଏବଂ ଦେବାଶିଷଙ୍କର କଣ ଅସୁବିଧା ହେଉଛି ସେ ବାରବାଟୀ କଥା ବୁଝନ୍ତୁ ପାରାଦୀପରେ ମୁଣ୍ଡ ଖେଳାଇବା ଦରକାର ନାହିଁ ବୋଲି କହିଛନ୍ତି ଦାମ । ତାଙ୍କୁ ଶୃଙ୍ଖଳା ଜଣାନାହିଁ ବୋଲି କହିଛନ୍ତି ଦାମ ।