ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

27

କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି ନିର୍ମଳା ସୀତାରମଣ । ଏହି ଗସ୍ତ ଅବସରରେ ସେ ସୀମାରେ ଯବାନଙ୍କ ପ୍ରସ୍ତୁତି ଓ ସୀମା ଅଂଚଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ।

ମିଳିଥିବା ସୂଚନା ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ଏଲଓସିର ସେନା ଶିବିର ଓ ପୋଲିସ୍ ଷ୍ଟେସନକୁ ଯିବା ସହ ଭାରତ-ଚୀନର ବାସ୍ତବିକ ସୀମାରେଖା ଏବଂ ସିଆଚେନ ଗ୍ଲାସିଅର ଯିବେ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଜେନେରାଲ ବିପିନ ରାୱତ ମଧ୍ୟ କଶ୍ମୀର ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସୀମା ସୁରକ୍ଷାର ସ୍ଥିତି ଅନୁଧ୍ୟାନ କରିବେ ।