ରଣବୀର ସିଂହ ନୁହଁନ୍ତି ବିନ୍ ଡିଜେଲଙ୍କ ଶିଶୁର ମା’ହେବାକୁ ଚାହାଁନ୍ତି ଦୀପିକା

43

ଅନ୍ତରାଷ୍ଟ୍ରୀୟ ସ୍ତରର ଲୋକପ୍ରିୟ ଚାଟ୍ ସୋ “ଦ ଏଲେନ୍ ଡିଜେନର୍ସ ‘ କାର୍ଯ୍ୟକ୍ରମରେ ସାମିଲ ହୋଇ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନ୍ ଏକ ଚାଚଂଲ୍ୟକର ଖୁଲାସା କରିଛନ୍ତି । ହଲିଉଡ ଅଭିନେତା ବିନ୍ ଡିଜେଲଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି,ଏବଂ ସେ ଡିଜେଲଙ୍କର ଶିଶୁର’ ମା ହେବାକୁ ମଧ୍ୟ ଇଚ୍ଛାପ୍ରକାଶ କରିଛନ୍ତି । କିନ୍ତୁ ଏପଟେ ଦେଖିଲେ ଦୀପିକା ପାଦୁକୋନ୍ ବଲିଉଡ୍ ଅଭିନେତା ରଣବୀରଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ଏମାନଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ସବୁବେଳେ ଚର୍ଚ୍ଚା ଚାଲିଥାଏ ।

ଏହି କାର୍ୟ୍ୟକ୍ରମର ଉଦଘୋଷକ୍ ଦୀପିକାଙ୍କୁ ତାଙ୍କର ସିନେମା “ଟ୍ରିପଲ୍ ଏକ୍ସ ଦ ଜେଣ୍ଡର କେଜ’ ସିନେମା ଏବଂ ପରଦା ଉପରେ ତାଙ୍କର ତାଙ୍କ ସହ କଳାକାର ବିନଙ୍କ କେମେଷ୍ଟ୍ରି ସମ୍ପର୍କରେ ଯେତେବେଳେ ପଚରାଇଥିଲେ ସେତେବେଳେ ଦୀପିକା ଏହି କଥାର ଖୁଲାସା କରିଥିଲେ । ଦୀପିକା, ଏହା ମଧ୍ୟ କହିଥିଲେ ଯେ ନିଆଁ ନଥିଲେ ଧୂଆଁ ଉଠେନି, ଏହି କଥା ମୁଁ ଏବେ କେବଳ ମୋ ମନ ଭିତରେ ରଖିଛି । ଆମେ ଦୁଇଜଣ ଏକାସାଙ୍ଗରେ ରହିଛୁ, ଏବଂ ଆମ ମଧ୍ୟରେ ଭଲ ସମ୍ପର୍କ ରହିଛି ।