ନିଜ ଶରୀରର ଏକ ଖାସ୍ ଅଙ୍ଗର ବୀମା କରିବା ପାଇଁ ଚାହାନ୍ତି ସନ୍ନି ଲିଓନି

100

ପର୍ଣ୍ଣ ଜଗତରୁ ବଲିଉଡ ଜଗତରେ ପାଦ ଦେଇଥିବା ସନ୍ନି ଲିଓନି ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇ ଏବେ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସନ୍ନି ଏକ ସାକ୍ଷାତକାରରେ ତାଙ୍କ ଶରୀରର ଏକ ଖାସ ଅଙ୍ଗର ବୀମା କରାଇବା ପାଇଁ ଚାହାନ୍ତି ବୋଲି କହିଛନ୍ତି । ସନ୍ନିଙ୍କୁ ଯେତେବେଳେ ପଚାରାଗଲା ସେ ତାଙ୍କ ଶରୀରର କେଉଁ ଅଙ୍ଗ ପାଇଁ ବୀମା କରିବା ପାଇଁ ଚାହିିଁବେ, ବହୁ ଭାବିଚିନ୍ତି ସେ ଉତ୍ତର ଦେଲେ ତାଙ୍କ ଚେହେରା ପାଇଁ ସେ ବୀମା କରିବେ । କାରଣ ସନ୍ନିଙ୍କୁ ଲାଗେ ତାଙ୍କ ଚେହେରା ତାଙ୍କ ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ । ସେଥିପାଇଁ ସେ ତାଙ୍କ ଚେହେରାର ବୀମା କରିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି ।

କିଛି ଦିନ ପୂର୍ବରୁ ‘ରଇସ’ ସିନେମାରେ ସନ୍ନି ଲିଓନିଙ୍କ ଗୀତ “ଲୈଲା ଓ ଲୈଲା’ ରିଲିଜ ହୋଇ ଯାଇଛି ଏବଂ ଦର୍ଶକଙ୍କୁ ମଧ୍ୟ ସନିଙ୍କ ଏଇ ଆଇଟମ ଗୀତ ବହୁତ ପସନ୍ଦ ଆସିଛି । ନୂଆବର୍ଷ ଉପଲକ୍ଷେ କଲିକତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସନ୍ନିଙ୍କୁ ଦର୍ଶକଙ୍କ ଅନୁରୋଧ କ୍ରମେ “ଲୈଲା ଓ ଲୈଲା’ ଗୀତରେ ୬ ଥର ଡାନ୍ସ କରିବାକୁ ପଡିଥିଲା, ଏଥିରୁ ଆପଣ ଜାଣିପାରୁଥିବେ ଦର୍ଶକଙ୍କୁ ଏଇ ଗୀତ କେତେ ମାତ୍ରାରେ ପସନ୍ଦ ଆସିଛି  ।