ଛତିଶଗଡ: ନାରାୟଣପୁରରେ ପ୍ରେସର ବୋମା ବିସ୍ଫୋରଣ,୩ ମୃତ ଓ ୪ ମହିଳା ଗୁରୁତର

22

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତରେ ପ୍ରେସର ବୋମା ବିସ୍ଫୋରଣ ହୋଇଛି । ଛତିଶଗଡ ନାରାୟଣପୁରରେ ମାଓବାଦୀ ଖଂଜିଥିବା ପ୍ରେସର ବୋମା ବିସ୍ଫୋରଣ ହୋଇଛି । ଏଥିରେ ସ୍ଥାନୀୟ ଅଂଚଳର ୩ଜଣଙ୍କ ମୃତ ହୋଇଥିବା ବେଳେ ୪ ମହିଳା ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ନାବାଳିକା ରହିଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବୋମା ଖଂଜିଥିବା ସନ୍ଦେହ କରାଯାଉଛି ।