ଏସିଆର ସବୁଠୁ ସେକ୍ସି ମହିଳା ଭାବରେ ବିବେଚିତ ହେଲେ ଦୀପିକା

748

ବଲିଉଡ ବିୟୁଟି ଦୀପିକା ପାଦୁକୋନ ଏସିଆର ସବୁଠାରୁ ସେକ୍ସି ମହିଳା ଭାବରେ ବିବେଚିତ ହୋଇଛନ୍ତି । ପ୍ରତିବର୍ଷ ସେକ୍ସି ମହିଳାଙ୍କ ତାଲିକା ପ୍ରସ୍ତୁତ କରୁଥିବା ବ୍ରିଟେନର “ଇଷ୍ଟର୍ଣ୍ଣ ଆଇଜ୍’ ସମ୍ବାଦପତ୍ରର ଆକଳନରେ ଏସିଆରେ ଦୀପିକା ପ୍ରଥମ ସ୍ତାନରେ ରହିଛନ୍ତି । ଦୁଇବର୍ଷ ତଳେ ଭାରତର ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ମାନ୍ୟତା ମିଳିଥିଲା ।

ଦୀପିକାଙ୍କୁ ବଲିଉଡର ରାଣୀ ବୋଲି ଏହି ପତ୍ରିକାରେ ଉଲ୍ଲେଖ କରାଯାଇଛି । ବଲିଉଡ ସହିତ ହଲିଉଡରେ ମଧ୍ୟ ଦୀପିକା ନିଜର ଅଭିନୟର ପ୍ରତିଭା ଦେଖାଇ ବିପୁଳ ପ୍ରଶଂସା ସାଉଁଟି ପାରିଛନ୍ତି , ଏବଂ ଦର୍ଶକଙ୍କ ହୃଦୟର ରାଣୀ ହୋଇପାରିଛନ୍ତି ।

“ପିକୁ’ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ସେ ୨୦୧୬ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।ତାଲିକାରେ ଦୀପିକାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ପ୍ରିୟଙ୍କା ରହିଛନ୍ତି । ଏହି ତାଲିକାରେ ଆଲିଆ ଭଟ୍ଟ ୫ମ ସ୍ଥାନରେ ଥିବାବେଳେ କ୍ୟାଟ୍ରିନା ଏବଂ ସୋନମ କପୁର ଯଥାକ୍ରମେ ୭ମ ଓ ୮ମ ସ୍ଥାନରେ ରହିଛନ୍ତି।