ରଜତଙ୍କୁ ଜେଲ୍, ଦେବାଶିଷଙ୍କୁ ବେଲ୍ !

20

କନକ ବ୍ୟୁରୋ : ଜଣକୁ ଜେଲ୍ , ଜଣକୁ ବେଲ୍ । ଏଟି ଚିଟଫଣ୍ଡ ଲିଙ୍କ ନେଇ ଦୁଇ ଜଣ ଗିରଫ ହେଲେ । କିନ୍ତୁ ଆଜି ଦେଖିବାକୁ ମିଳିଲା ଦୁଇଟି ଭିନ୍ନ ଭିନ୍ନ ଦୃଶ୍ୟ । ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ମିଳିଛି ଜାମିନ । ଅନ୍ୟପଟେ ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଟି ଚିଟପଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦେବାଶିଷ ପଣ୍ଡାଙ୍କ ଜାମିନ ମଂଜୁର କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ । ୫୦ ହଜାର ଟଙ୍କାର ବ୍ୟକ୍ତଗତ ମୁଚାଲିକା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏଟି ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଗତ କିଛି ଦିନ ତଳେ ତାଙ୍କୁ ଗିରଫ କରିଥିଲା । ଜାମିନ ନାମଂଜୁର ହେବାରୁ ତାଙ୍କୁ ଦେବାଶିଷଙ୍କୁ ଜେଲ ପଠାଇ ଦିଆଯାଇଥିଲା । ତେବେ ଦେବାଶିଷ ପଣ୍ଡାଙ୍କ ଗିରଫ ପ୍ରତିବାଦରେ ହାଇକୋର୍ଟ ବାର ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରିଥିଲା । ଶେଷରେ ତାଙ୍କୁ ଆଜି ଜାମିନ ମିଳିଛି । ସେପଟେ ୧୦ ଦିନିଆ ରିମାଣ୍ଡରେ ରଜତ ଚୌଧୁରୀଙ୍କୁ ନେବା ପାଇଁ ସିବିଆଇ ଆବେଦନ କରିଥିବା ବେଳେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ ।

ତେବେ ଏନେଇ ନିଜ ପ୍ରତିକ୍ରିୟାରେ କଣ କହିଛନ୍ତି ଦେବାଶିଷ ପଣ୍ଡା ଦେଖନ୍ତୁ ଏହି ଭିଡିଓ :