ଜିଏନଏଲଏଫ୍ କର୍ମୀଙ୍କ ମୃତ୍ୟୁକୁ ନେଇ ପୁଣି ଦାର୍ଜିଲିଂରେ ଉତ୍ତେଜନା ।

33

କନକ ବ୍ୟୁରୋ: ଦାର୍ଜିଲିଂରେ ଉପୁଜିଥିବା ଉତ୍ତେଜନା ପୁଣି ଉଗ୍ର ରୂପ ନେଇଛି । ଜଣେ ଜିଏନଏଲଏଫ୍ କର୍ମୀଙ୍କ ମୃତ୍ୟୁକୁ ନେଇ ପୁଣି ଜଳିଛି ଦାର୍ଜିଲିଂ । ଜିଏନଏଲଏଫ୍ କର୍ମୀ ତାଶି ଭୁଟିଆଙ୍କୁ ପୁଲିସକର୍ମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତେବେ ଏହାକୁ ନେଇ ଦଳୀୟକର୍ମୀ ଓ ପୁଲିସ ମଧ୍ୟରେ ସଂର୍ଘଷ ହେବା ସହ ଉତ୍ତେଜନା ବୃଦ୍ଧି ପାଇଛି ପୁଲିସର ଲାଠିମାଡ଼ ଜବାବରେ ଆନ୍ଦୋଳନକାରୀ ସ୍ଥାନୀୟ ରେଳଷ୍ଟେସନରେ ନିଆଁ ଲଗାଇଥିବା ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଜାରି ରହିଥିବା ଯୋଗୁଁ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।