ଦୁଇ ଦିନ ପରେ ମହାନଦୀରୁ ମିଳିଲା ଜଣଙ୍କର ପତ୍ତା ! ପାଣି ଭିତରୁ ଟ୍ରକ ଟାଣିବା ବେଳେ ଭାସିଲା ଡ୍ରାଇଭରଙ୍କ ମୃତଦେହ ।

32

କନକ ବ୍ୟୁରୋ : ଦୁଇ ଦିନ ପରେ ମହାନଦୀରୁ ମିଳିଲା ମୃତଦେହ । ପାଣିରେ ବୁଡିଥିବା ଟ୍ରକକୁ ଟାଣିବା ବେଳେ ମହାନଦୀରେ ଭାସିଲା ମୃତଦେହ । ତେବେ ମୃତକ ଜଣଙ୍କ ହେଉଛନ୍ତି ଟ୍ରକ ଡ୍ରାଇଭର ଅଜିତ ମଣ୍ଡଳ । ମୃତ ଅଜିତ୍ ପାରାଦୀପ ଉଦୟବଟ ଅଂଚଳର । ବର୍ଷା ଯୋଗୁଁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ପୁଣି ଥରେ ଉଦ୍ଧାର କାମ ଆରମ୍ଭ ହୋଇଛି । ଓଡ୍ରାଫ ଟିମ୍ ଟ୍ରକଟିକୁ ମହାନଦୀରୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛନ୍ତି । ଟ୍ରକଟିରେ ଏକ ଚେନ ଲଗାଯାଇ ମେସିନ ସାହାର୍ଯ୍ୟରେ ଟାଣିବା କାମ ଜାରି ରହିଛି ।

ଗତ ରବିବାର ଦିନ ପାରାଦୀପ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିପଡିଥିଲା ୧୪ ଚକିଆ ଟ୍ରକ । ଟ୍ରକରେ ଥିବା ଡ୍ରାଇଭର ଓ ହେଲପରଙ୍କ ମଧ୍ୟ କୌଣସି ପତ୍ତା ମିଳିନାହିଁ । ପାରାଦ୍ୱୀପରୁ ଚଣ୍ଡିଖୋଲ ଯାଉଥିବା ଟ୍ରକଟି ଗତକାଲି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା । ତେବେ ବର୍ଷା ପାଇଁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜିଥିଲା । ଟ୍ରକ ଡ୍ରାଇଭରଙ୍କ ମୃତଦେହ ଠାବ ହୋଇଥିବା ବେଳେ ଆଜି ପୁଣି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଓଡ୍ରାଫ୍ ଟିମ୍ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି ।