ସମ୍ବଲପୁର ଚିପିଲିମାରୁ ଦୁଇ ନବଜାତକଙ୍କ ମୃତ ଦେହ ଉଦ୍ଧାର । କେନାଲରେ କାଠଗଣ୍ଡିରେ ବନ୍ଧା ହୋଇ ପଡିଛି ଶିଶୁଙ୍କ ମୃତଦେହ

18

କନକ ବ୍ୟୁରୋ : ପାୱାର କେନାଲରୁ ଦୁଇଟି ନବଜାତ ଶିଶୁଙ୍କ ମୃତ ଦେହ ଉଦ୍ଧାର । ସମ୍ବଲପୁର ଚିପିଲିମା ନିକଟରୁ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜଣେ ନବଜାତ ଶିଶୁକୁ କାଠ ଗଣ୍ଡିରେ ବନ୍ଧା ହୋଇ ପକାଯାଇଥିଲା । ଘଟଣା ସ୍ଥଳରେ ବୁର୍ଲା ପୋଲିସ ପହଂଚି ତଦନ୍ତ କରୁଛି । ତେବେ ଦୁଇ ନବଜାତ ଶିଶୁଙ୍କର କିପରି ମୃତ୍ୟୁ ହୋଇଛି ସେଠାରେ କିଏ ପକାଇଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।