ପାକିସ୍ତାନରେ ଅଣ୍ଡରୱାଲର୍ଡ ଡନ୍ ଦାଉଦ ! ଭାଇ ଇକବାଲ କାସକାରର ଖୁଲାସା, କହିଲା, ଟ୍ୟାପିଂ ଭୟରେ ଭାରତ ଫୋନ କରେନାହିଁ ଦାଉଦ

44

କନକ ବ୍ୟୁରୋ : ପାକିସ୍ତାନରେ ଲୁଚିଛି ଭାରତର ମୋଷ୍ଟ ୱାଟେଂଡ ଆତଙ୍କବାଦୀ ତଥା ମାଫିଆ ଡନ ଦାଉ ଇବ୍ରାହିମ । ଗତ ୧୮ ତାରିଖରେ ମୁମ୍ବାଇରୁ ଗିରଫ ହୋଇଥିବା ଦାଉଦର ଛୋଟ ଭାଇ ଇକବାଲ କସକର ଏହା ପୋଲିସ ଆଗରେ ସ୍ୱୀକାର କରିିଛି । ଏହାଛଡା ଦାଉଦ ସଂପର୍କରେ କସକକର ବହୁ ଗୁମର ଖୋଲିଥିବା ମୁମ୍ବାଇ ପୋଲିସ ଦାବି କରୁଛି । ପାକିସ୍ତାନରେ ଦାଉଦ ରହୁଥିବା ୪ରୁ ୫ଟି ଠିକଣା ମଧ୍ୟ ପୋଲିସକୁ ଦେଇଛି କସକର । ଇଦ କିମ୍ବା ପର୍ବ ପର୍ବାଣୀରେ ମଧ୍ୟ ଦାଉଦ ଛୋଟ ଭାଇ କସକରକୁ ଫୋନ କରୁନଥିବା ଜଣାପଡିଛି । ଭାରତରେ ଦାଉଦର ଫୋନ ଟ୍ୟାପିଙ୍ଗ ହେଉଥିବା ଭୟରେ ସେ ନିଜେ ଫୋନ ନ କରି ଅନ୍ୟ ବ୍ୟକ୍ତିଙ୍କ ଜରିଆରେ ଇକବାଲ ଓ ବ୍ୟବସାୟ ସଂପର୍କରେ ଖବର ରଖୁଥିବା ପୋଲିସ ଆଗରେ ମାନିଛି କସକର ।

ସେପ୍ଟେମ୍ବର ୧୮ ତାରିଖରେ ଦାଉଦର ଭଉଣୀ ହସିନା ପାରକରଙ୍କ ଘରୁ ଇକବାଲ କସକର ଓ ତାର ୨ ସହ ଯୋଗୀଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ଥାଣେ ପୋଲିସ ଗିରଫ କରିଥିଲା । ଥାଣେ କୋର୍ଟରେ ହାଜର କରିବା ପରେ ୮ ଦିନିଆ ରିମାଣ୍ଡରେ ଆଣି ମୁମ୍ବାଇ ପୋଲିସ ଦାଉଦ ସାମ୍ରାଜ୍ୟ ସଂପର୍କରେ ତାକୁ ପଚରା ଉଚରା କରୁଛି । ଏହି ରିମାଣ୍ଡ ଅବଧି ଭିତରେ କସକର ମୁହଁରୁ ଦାଉଦର ଗୁଡ ବୁକରେ ବଲିଉଡ ଓ ବ୍ୟବସାୟ ଜଗତ କେଉଁ ସବୁ ଜଣାଶୁଣା ହସ୍ତୀ ଅଛନ୍ତି, ସେ ତାଲିକା ଜାଣିବାକୁ ଯୋର ଦେଉଛି ମୁମ୍ବାଇ ପୋଲିସ । ଇକବାଲ କସକର ହେଉଛି ଦାଉଦର ଏକମାତ୍ର ଭାଇ ଯିଏ ଭାରତରେ ରହିବା ସହ ମୁମ୍ବାଇରେ ଦାଉଦର ସାମ୍ରାଜ୍ୟର ଦେଖାଶୁଣା କରୁଥିଲା ।