ବିକାଶ ଠାରୁ ବହୁ ଦୂରରେ କନ୍ଧମାଳର ବିରନ୍ଦାପଡ଼ା ଗାଁ ! ଝୁଲା ତାରରେ ନଦୀ ପାର ହେଉଛନ୍ତି ସ୍କୁଲ ପିଲା

87

କନକ ବ୍ୟୁରୋ : ଗ୍ରାମାଞ୍ଚଳକୁ ଗମନାଗମନର ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ଏସବୁ ବାସ୍ତବରେ କେତେଦୂର ସଫଳ ହେଉଛି ତାହା କନ୍ଧମାଳର ବିରନ୍ଦାପଡ଼ା ଗାଁକୁ ଦେଖିଲେ ଜଣାପଡ଼େ । ଏଠାରେ ପୋଲ ନଥିବାରୁ ଗାଁ ଲୋକେ ଦଉଡ଼ି ସାହାଯ୍ୟରେ ନଦୀ ପାରହୋଇ ଯିବାଆସିବା କରୁଛନ୍ତି ଲୋକେ ।

ବିକାଶ କ୍ଷେତ୍ରରେ କନ୍ଧମାଳ ଜିଲ୍ଲାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଫୋକସ୍ ଭାବେ ଗ୍ରହଣ କରୁଥିବା କଥା କହୁଛନ୍ତି । ହେଲେ ଏଠାକାର ବିକାଶର ପରିଭାଷା କେମିତି, ତାହା କ.ନୂଆଗାଁ ବ୍ଲକ୍ ଗୁଞ୍ଜିବାଡ଼ି ପଞ୍ଚାୟତ ବିରନ୍ଦାପଡ଼ା ଗାଁକୁ ଗଲେ ଜଣେ ସ୍ପଷ୍ଟ ବାରି ଦେଇ ପାରିବ । ଶିକ୍ଷା, ସ୍ବାସ୍ଥ୍ୟ ତ ଦୂରର କଥା ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ବି ତିଆରି ହୋଇପାରିନି । ପାଖାପାଖି ୫ଶହ ପରିବାର ପାଇଁ ନଦୀ ଉପର ଦେଇଥିବା ଝୁଲା ତାର ହିଁ ଏକ ମାତ୍ର ସାହାଭରସା ।

ଖାଲି ଏତିକି ନୁହେଁ, ବିରନ୍ଦାପଡ଼ା ଗାଁ ସ˚ଲଗ୍ନ ଦ୍ରେପାଙ୍ଗା, ଚାନ୍ଦାବାଜୁ, ବଡ଼ବୋଇ, ଜ୍ରାବାକେତା, ସଲାଙ୍ଗିଆ, ଗୁଡ୍ରିକିଆ ଗ୍ରାମବାସୀଙ୍କ ପାଇଁ ମଧୢ ଏହି ଝୁଲା ତାର ଜୀବନରେଖା ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। ରାଇକିଆ ଓ କ.ନୂଆଗାଁ ପଞ୍ଚାୟତକୁ ଆସିବା ପାଇଁ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଏହି ଝୁଲା ତାର ଉପରେ ନିର୍ଭର କରିଥାନ୍ତି । ତେବେ ପ୍ରତିଦିନ ସକାଳେ ଶତାଧିକ ସ୍କୁଲ ପିଲା ଏହି ଝୁଲା ତାର ଉପରେ ଚଢି ଯାଉଥିବାରର ଦୃଶ୍ୟ ଅତ୍ୟନ୍ତ ବିପଜ୍ଜନକ।