ଇଂଟରନେଟରେ ଲିକ୍ ହେଲା ଆମୀର୍ ଖାନଙ୍କ ସିନେମା “ଦଙ୍ଗଲ’

29

ଆମୀର୍ ଖାନଙ୍କ ଅଭିନିିତ ସିନେମା “ଦଙ୍ଗଲ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ରିଲିଜ ପରେ ଚାରିଆଡେ ସିନେମାର ଚର୍ଚ୍ଚା ଚାଳିଛି । ପ୍ରଥମ ଦିନରୁ ହିଁ ଏହି ସିନେମା ୩୦ କୋଟି ଟଙ୍କାରୁ ଉର୍ଦ୍ଧ ଆୟ କରିବାରେ ସଫଳ ହୋଇ ପାରିଛି । କିନ୍ତୁ ଦଙ୍ଗଲର ନିର୍ମାତାଙ୍କ ପାଇଁ ଏକ ଖରାପ ଖବର । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଦୁବାଇର ଜଣେ ଯୁବକ ନିଜର ଫେସବୁକ ଏକାଉଂଟରେ ସଂପୂର୍ଣ୍ଣ ଦଙ୍ଗଲ ସିନେମାକୁ ଅପଲୋଡ କରିଛି । ଆଉ ଅପଲୋଡ କରିବା ପରେ ପରେ ଲକ୍ଷ ଲକ୍ଷ ଲୋକ ଳୋକ ଏଇ ସିନେମାକୁ ଦେଖି ସାରିଛନ୍ତି ।

କପିରାଇଟ ଯୋଗୁଁ ଏବେ ଏଇ ସିନେମାକୁ ଫେସବୁକ ପେଜରୁ ହଟାଇ ଦିଆ ଯାଇଛି । କିନ୍ତୁ କେତେ ଜଣ ଲୋକ ଏଇ ସିନେମାକୁ ଡାଉନଲୋଡ କରିଛନ୍ତି ତାର କୌଣସି ସୂଚନା ମିଳିନାହିଁ । ଏହାସହ ଆଗକୁ ଏଇ ସିନେମା ସେୟାର ହେବ ନା ନାହିଁ ତାର ମଧ୍ୟ କୌଣସି ନାହିଁ । ଭିଡିଓକୁ ଡିଲିଟ କରିବା ପର୍ଯ୍ୟନ୍ତ ଏହି ସିନେମାକୁ ପ୍ରାୟ ୯ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏଇ ସିନେମା ଲିକ ହେବା ଯୋଗୁଁ ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ ବୋଲି ସୂଚନା ମିଳିଛି ।