ୟୁରୋପୀୟ ଦେଶ “ଅଦର ୱାଲ୍ଡ କିଙ୍ଗଡମ’ରେ ପୁରୁଷ କରନ୍ତି ମହିଳାଙ୍କ ଗୋଲାମୀ

46

ପୁରୁଷପ୍ରଧାନ ସମାଜରେ ନାରୀକୁ ସବୁବେଳେ ହୀନମନ୍ୟତାର ଶିକାର ହେବାକୁ ପଡେ । କେବଳ ଆମ ଦେଶ ଭାରତରେ ତା ନୁହଁ ପାଶ୍ଚାତ୍ୟ ଦେଶ ମାନଙ୍କରେ ଏବେ ମଧ୍ୟ ନାରୀଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରୁନି । ଦୁନିଆରେ କୌଣସି ବି ପୁରୁଷ କେବେ ବି ମହିଳାଙ୍କ ବଶ୍ୟତା ସ୍ୱୀକାର କରିବା ପାଇଁ ଚାହାନ୍ତି ନାହିିଁ । କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ମହିଳାଙ୍କ ଶାସନ ଚାଲେ ଓ ପୁରୁଷମାନେ ସାରାଜୀବନ ମହିଳାଙ୍କ ଗୋଲାମୀ କରନ୍ତି । ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି ଅମର ଉଜାଲାରେ ।

ପୁରୁଷଙ୍କୁ ଗୋଲାମକରି ରଖୁଥିବା ଏଇ ଦେଶର ନାମ ହେଲା “ଅଦର ୱାଲ୍ଡ କିଙ୍ଗଡମ’ ଯାହା ୧୯୧୯ରେ ୟୁରୋପୀୟ ଦେଶ ଚେକ ରିପବ୍ଲିକାନ ଠାରୁ ତିଆରି ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ରାଷ୍ଟ୍ରମାନେ ଏହାକୁ ଦେଶରେ ପରିଗଣିତ କରନ୍ତି ନାହିଁ । ଏ ଦେଶର ରାଣୀ ପେଟ୍ରିସିଆ-୧ଏବେ ଦେଶରେ ଏକଛତ୍ରବାଦ ଶାସନ ଚଳାଉଛନ୍ତି । କେବଳ ଏତିକି ନୁହଁ ଏଇ ଦେଶରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କେବଳ ମହିଳାମାନେ ହିଁ ନେଇ ଥାଆନ୍ତି । ଏହା ସହ ଅନ୍ୟ ଦେଶରୁ ଆସିଥିବା ପୁରୁଷମାନଙ୍କê ଏଇ ଦେଶର ରାଣୀଙ୍କ ବସିବା ପାଇଁ ସୋଫା ହେବାକୁ ପଡେ ।

ଏଠାରେ ପୁରୁଷମାନେ ମଦ୍ୟପାନ କରିବା ପୂର୍ବରୁ ପ୍ରଥମେ ମାଲିକାଣୀଙ୍କ ପାଦରେ ମଦ  ଚଢାନ୍ତି ଏବଂ ପରେ ସେମାନଙ୍କୁ ମଦ୍ୟପାନ କରିବାପାଇଁ ଅନୁମତି ମିଳିଥାଏ । “ଅଦର ୱାଲ୍ଡ କିଙ୍ଗଡମ’ରେ କୌଣସି ବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମହିଳାଙ୍କ ବିନା ଅନୁମତିରେ ପୁରୁଷ ନେଇପାରନ୍ତି ନାହିିଁ । ଯଦି ପୁରୁଷମାନେ ନାରୀଙ୍କ ତିଆରି ଆଇନକୁ ଅବମାନନା କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କୁ ଶକ୍ତ ଦଣ୍ଡ ବିଧାନ ମଧ୍ୟ ହୋଇଥାଏ ।