ଦାମ ରାଉତଙ୍କ ବିବଦୀୟ ବୟାନ : କହିଲେ, ଅମଲାଙ୍କ ଶାସନଠାରୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଶାସନ ଭଲ

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଣି ଅମଲା ବିରୋଧୀ ମନ୍ତବ୍ୟ । ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଦାମବାବୁ ପୁଣି ଛାଡିଛନ୍ତି ଏକ ଗୁଗଲି। ଦାମ କହିଛନ୍ତି ରାଷ୍ଟ୍ରପତି ଶାସନକୁ ଅମଲାଙ୍କ ଶାସନ ବୋଲି କୁହାଯାଇଥାଏ । ସେଥିପାଇଁ କୁହାଯାଏ, ଅମଲାଙ୍କ ଶାସନଠାରୁ ଅପାରଗ ଦୁର୍ନୀତିଗ୍ରସ୍ତ ଶାସନ ଭଲ ।

ସେହିପରି ମହାନଦୀ ପ୍ରସଙ୍ଗରେ ବିଜେଡିର କଳସ ଯାତ୍ରା ଓ ନୂଆ ମୁଖପାତ୍ର ସୂର୍ଯ୍ୟପାତ୍ରଙ୍କୁ ବି ଛାଡିନାହାନ୍ତି ଦାମ। ସୂର୍ଯ୍ୟଙ୍କୁ ସମାଲୋଚନା କରି କହିଛନ୍ତି ସେ ନୂଆନୂଆ ମୁଖପାତ୍ର ହୋଇଛନ୍ତି, ତେଣୁ ଅଧିକ କଥା କହୁଥିବେ। ମହାନଦୀ ପାଇଁ ବିଜେଡି ମହାସଂଗ୍ରାମ ଡାକରା ଦେଇ ବିଭିନ୍ନ ପର୍ଯ୍ୟାୟରେ କଳସ ଯାତ୍ରା ଚଳାଇଥିବାବେଳେ ଦାମ ଆଉଏକ ବିସ୍ଫୋରଣ କରିଛନ୍ତି। କଳସୀରେ ପାଣି ଢାଳିଲେ ମହାନଦୀ ପୁରିବ ନାହିଁ ବୋଲି ଦାମ ରାଉତ କହିଛନ୍ତି।