କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କଲେ ଦାମ ରାଉତ । କହିଲେ, କେନ୍ଦ୍ର ମନ୍ତ୍ରୀ ହେବାକୁ ନାହିଁ ଯୋଗ୍ୟତା

39

କନକ ବ୍ୟୁରୋ : ଚାଷୀ ପ୍ରସଙ୍ଗରେ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦାମୋଦର ରାଉତ । ସେ କହିଛନ୍ତି, କୃଷି ମୋର ବୃତ୍ତି ଓ ଜଗନ୍ନାଥ ମୋର ସଂସ୍କୃତି । ଚାଷୀ ଆତ୍ମହତ୍ୟା କଥା କହିଲେ ଛାତି ଫାଟିଲା ଭଳି ଲାଗୁଛି । ଭୋଟ ପାଇଁ ବୁନିଆଦ ଓ ସଂସ୍କୃତିକୁ ବୁଡାଇପାରିବି ନାହିଁ ବୋଲି କହିଛନ୍ତି ଦାମ ରାଉତ ।

ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ କଟାକ୍ଷ କରି ସେ କହିଛନ୍ତି, ଯିଏ ନିଜ ବୁନିଆଦିକୁ ଭୁଲିଯାଏ ସେ ହେଉଛି ବିଜେପି । କେନ୍ଦ୍ରମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ରଙ୍କ ପାଖରେ ନୈତିକତା ଓ ଯୋଗ୍ୟତା ନାହିଁ । ସେ କଳିଙ୍ଗରେ ଜନ୍ମହୋଇ ମଗଧ କଥା କହୁଛନ୍ତି । ରାଜ୍ୟରେ ବାରମ୍ବାର କୃଷି ଆତ୍ମହତ୍ୟା ପ୍ରସଙ୍ଗରେ ବିଜେପି, ବିଜେଡିକୁ ସମାଲୋଚନା କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରିଥିଲା । ତେବେ ଆଜି ବରିଷ୍ଠ ମନ୍ତ୍ରୀ ଦାମ ରାଉତ, ଧର୍ମେନ୍ଦ୍ରଙ୍କୁ କଡା ସମାଲୋଚନାକୁ ରାଜନୀତି ଜୋର ଧରିଛି ।