ବିଜେପି ମୁଖପାତ୍ରଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲେ ଦାମ : କହିଲେ, ବାଟରେ ଯାଉଥିବା ଲୋକଙ୍କୁ ଆଣି କରାଯାଉଛି ବିଜେପି ମୁଖପାତ୍ର

28

କନକ ବ୍ୟୁରୋ : କୃଷି ମନ୍ତ୍ରୀ ଆଜି ବିଜେପିର ମୁଖପାତ୍ରଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ବିଜେପି ରାସ୍ତାରେ ବୁଲୁଥିବା ଲୋକଙ୍କୁ ଆଣି ମୁଖପାତ୍ର କରୁଛନ୍ତି  । ସେମାନେ କିଛି ଜାଣି ନାହାନ୍ତି । ତେଣୁ ସେମାନେ ଯାହାତାହା କହୁଛନ୍ତି ।

ଆଜି ବିଷାକ୍ତ ଇଞ୍ଜେକସନ ପାଇଁ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବିଜେପି ପ୍ରେସମିଟ୍ କରି ଦାୟୀ କରିବା ପରେ ଏଭଳି କଟାକ୍ଷ କରିଛନ୍ତିି ଦାମ । ବିଷାକ୍ତ ଇଞ୍ଜେକସନ ପାଇଁ ଦାମଙ୍କୁ ଦାୟୀ କରିବା ସହ ବିନା ଲାଇସେନ୍ସରେ ଭ୍ୟାକସିନ କମ୍ପାନୀ ଚାଲିଥିବା ଅଭିଯୋଗ ଆଣିଛି ବିଜେପି ।