ଆଜି କୋର୍ଟରେ ହାଜର ହେବେ ଡି ବ୍ରଦର୍ସ

20

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି କୋର୍ଟରେ ହାଜର ହେବେ ଡି ବ୍ରଦର୍ସ । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲାରେ ତାଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଯିବ । ସୁଶୀଲକୁ ବାଲେଶ୍ୱର ଜେଲରୁ ଆଣୁଛି ପୁଲିସ । ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ମାମଲାରେ ଦୁଇ ଭାଇଙ୍କ ସମେତ ତାଙ୍କ ସହଯୋଗୀଙ୍କ ନାଁରେ କମିଶନରେଟ ପୁଲିସ ୯ଟି ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି । ଏହି କେସ ଗୁଡିକରେ ସେମାନଙ୍କୁ ଚାର୍ଜ ଫ୍ରେମ କରାଯିବ ଏବଂ ଏହା ପରେ ଏହି ସବୁ ମାମଲାର ଟ୍ରାଏଲ ଆରମ୍ଭ ହେବ ।