ଭୟାବହ ଅଗ୍ନିକାଣ୍ଡରେ ପୋଡିଗଲା ୧୫ ବଖରାରୁ ଅଧିକ ଘର : ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ

19

କଟକ : ଭୟାବହ ଅଗ୍ନିକାଣ୍ଡରେ ପୋଡିଗଲା ୧୫ ବଖରାରୁ ଅଧିକ ଘର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ୍ ନଖରା ପଂଚାୟତର ବଡଚାଂଚୁଆ ଗାଁରେ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ବି ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇ ଯାଇଛି । ଚୌଦ୍ୱାର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିବିପନ୍ନଙ୍କୁ ଭେଟି ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ଆଜିଠାରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା ସହ ତମ୍ବୁ ଓ ଶୀତବସ୍ତ୍ର ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।