କଟକର ସିଟି ଷ୍ଟାଇଲ ସପିଂ ମଲରେ ନିଆଁ : ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ସୂଚନା

34

କନକ ବ୍ୟୁରୋ : କଟକର ବାଦାମବାଡିରେ ଥିବା ସିଟି ଷ୍ଟାଇଲ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅଗ୍ନିକାରଣ୍ଡର କାରଣ ସର୍ଟ ସର୍କିଟ ବୋଲି ଜଣାପଡିଛି । କ୍ଷଣିକ ମଧ୍ୟରେ ଅନେକ ଜିନିଷ ଜଳିପୋଡି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପଂହଚି ନିଆଁ ଲିଭାଇବା କାମ ଜାରି ରଖିଛନ୍ତି ।

ଏହା ସହରର ଅଗ୍ନିନିରୋଧ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ କଟକର ଜନଗହଳି ପୂର୍ଣ୍ଣ ସ୍ଥାନରେ ଘଟିଛି । କିଛିଦିନ ତଳେ ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ସପିଂ ମଲରେ ଚଢାଉ ହୋଇଥିଲା ।

ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ସହ ବଡ ବଡ ଅଟ୍ଟାଳିକାର ଘର, ସପିଂ ମଲ ଓ ହୋଟେଲ ଆଦି ନିର୍ମିତ ହେଉଛି । କୋଟି କୋଟି ଟଙ୍କା ଏଥିରେ ଖର୍ଚ୍ଚ ହେଉଛି । ହେଲେ ଏହାର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଣଦେଖା କରୁଛନ୍ତି ଲୋକେ । ଫଳରେ ହଠାତ୍ କୌଣସି ଅଗ୍ନିକାଣ୍ଡ ଘଟିିଲେ , ତାର ପ୍ରତିକାର ତୁରନ୍ତ ନେଇହେଉନାହିଁ । ଅନେକ ଧନ ଜୀବନ ନଷ୍ଟ ହେଉଛି ।