ଆଜି ଦ୍ୱିତୀୟ ଦିନିକିଆ : ସେଂଚୁରିଅନରେ ହେବ ଭାରତ-ଦକ୍ଷିଣଆଫ୍ରିକା ମୁକାବିଲା

48

କନକ ବ୍ୟୁରୋ :  ଆଜି ଦ୍ୱିତୀୟ ଦିନିକିଆ । ସେଂଚୁରିଆନରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ଟିମ ଇଣ୍ଡିଆର ଖେଳାଳିମାନେ ଦ୍ୱିତୀୟ ଦିନିକିଆ ପୂର୍ବରୁ ସେଂଚୁରିଆନରେ ଅଭ୍ୟାସ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ଦଳ ବି ଜୋରଦାର ଅଭ୍ୟାସ କରିଛି । ପ୍ରଥମ ଦିନିକିଆ ପରାଜୟକୁ ଭୁଲି ସିରିଜକୁ ଫେରିବା ପାଇଁ ଆଜି ପଡିଆକୁ ଓହ୍ଲାଇବ ସାଉଥ ଆଫ୍ରିକା । ତେବେ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍ ଡୁପ୍ଲେସିସ୍ ।

ଡର୍ବାନର କିଙ୍ଗସମେଡ୍ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୬ ଉଇକେଟରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ଡର୍ବାନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ବିଜୟୀ ହୋଇ ୨୫ ବର୍ଷରେ ପ୍ରଥମ ଥର ପାଇଁ ଇତିହାସ ରଚିଥିଲା ବିରାଟ ବାହିନୀ । ବିରାଟ କୋହଲି ଶତକୀୟ ଇନିଂସ ଖେଳି ନିଜ ଦମଦାର ଫର୍ମର ଆଭାସ ଦେଇଥିଲେ । ସେହିପରି ଆଜିଙ୍କ୍ୟ ରାହାଣେ ମଧ୍ୟ ୭୯ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ । ତେଣୁ ଆଜି ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ ।