କଟକ ପ୍ରେସ ଛକ ବୋମାମାଡ ଘଟଣାରେ ସରିଛି ମହିମା ମିଶ୍ରଙ୍କ ରିମାଣ୍ଡ ଅବଧି

29

କନକ ବ୍ୟୁରୋ : କଟକ ପ୍ରେସ ଛକ ବୋମାମାଡ ଘଟଣାରେ ସରିଛି ମହିମା ମିଶ୍ରଙ୍କ ରିମାଣ୍ଡ ଅବଧି । ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ପ୍ରେସ ଛକ ବୋମାମାଡ ଘଟଣାରେ ମହିମାଙ୍କ ସମ୍ପୃକ୍ତି ବାବଦରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ରିମାଣ୍ଡରେ ନେଇଥିଲା କମିସନରେଟ ପୁଲିସ । ସେପଟେ ଜଗତସିଂହପୁରରେ ଘୁଂଚିଛି ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି । ସିୱେଜ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି ମହିମା ମିଶ୍ର ।