କଟକ ସିଏମସି ଅଫିସ ଘେରାଉ ବେଳେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି ! ସିଏମସି ଅଫିସ ଉପରକୁ ଟମାଟୋ ଓ ଢେଲାମାଡ଼

32

କନକ ବ୍ୟୁରୋ : କଟକ ସିଏମସି ଅଫିସକୁ ବିଜେପିର ଘେରାଉ ବେଳେ ପୁଲିସ ସହ ଧସ୍ତାଧସ୍ତି । ସିଏମସି କାର୍ଯ୍ୟାଳୟକୁ ଟମାଟୋ ଓ ଅଣ୍ଡା ମାଡ ହୋଇଛି । ଏପରିକି ଧସ୍ତାଧସ୍ତି ବେଳେ ଢେଲାମାଡରେ ଆଡିସନାଲ ଡିସିଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି । ରାଜ୍ୟ ସରକାର ଓ ସିଏମସିର ସ୍ଥାଣୁତା ନେଇ ଆଜି ବିଜେପି ପକ୍ଷରୁ ସିଏମସି ଅଫିସୂ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସିଏମସି ଅଫିସ ଘେରାଉ କରାଯାଇଥିଲା ।