ଆଜି ଫସଲହାନି କ୍ଷୟକ୍ଷତି ଚୂଡାନ୍ତ ଆକଳନ କରିବେ ସରକାର । ୪୮ଘଂଟା ଭିତରେ ଘୋଷଣା କରିପାରନ୍ତି ସହାୟତା

29

କନକ ବ୍ୟୁରୋ : ଆଜି ଲଘୁଚାପ ଜନିତ ବର୍ଷାରେ ଫସଲହାନିର କ୍ଷୟକ୍ଷତି ଚୂଡାନ୍ତଆକଳନ କରିବେ ସକରାର । ଏବଂ ଆକଳନ କରିବା ପରେ ୪୮ ଘଂଟା ମଧ୍ୟରେ ଇନପୁଟ୍ ସବସିଡି ଓ ଅନ୍ୟାନ୍ୟ ପାକେଜ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରୁ ୨୩ଟି ଜିଲ୍ଲାର ଫସଲହାନୀ ନେଇ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି ।

ଆଜି ପୁରୀ, ଗଂଜାମ ଏବଂ ରାୟଗଡ଼ା ଜିଲ୍ଲାର ଫସଲହାନୀ ନେଇ ଜିଲ୍ଲାପାଳ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ । ତେବେ ନୂଆପଡ଼ା, ସୁବର୍ଣ୍ଣପୁର, ମାଲକାନଗିରି ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଫସଲହାନୀ ହୋଇନଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।