କଳାହାଣ୍ଡି : ଜୟପାଟଣା ବ୍ଲକର ଚାଷୀ ପୋଡ଼ିଲେ ନିଜ ଫସଲ

40

କନକ ବ୍ୟୁରୋ : ବରଗଡ ଚାଷୀ ନିଆଁ ଏବେ ପଶ୍ଚିମ ଓଡିଶା ସାରା ବ୍ୟାପିବାରେ ଲାଗିଛି । ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁର ଜଣେ ଚାଷୀ ନିଜ ଫସଲ ପୋଡି ଦେଇଛନ୍ତି । ବାଣ୍ଡିଗାଁର କେଶବ ପାଣିଗ୍ରାହୀ ୪ ଏକରର ଜମିର ଫସଲକୁ ଜାଳି ଦେଇଥିବା ଜଣାପଡିଛି । ଫସଲରେ ଚକଡା ପୋକ ଲାଗି ଥିବା ବେଳେ କୀଟ ନାଶକ ମିଳିଲାନି ବୋଲି ଚାଷୀ ଫସଲ ପୋଡି ଦେଇଥିବା ସୂଚନା ମିଳିଛି ।