ଗ୍ୟାଙ୍ଗୱାର ଉଦ୍ୟମକୁ ପଣ୍ଡ କଲା ବ୍ରହ୍ମପୁର ପୁଲିସ ! ୨ଟି ଗ୍ୟାଙ୍ଗର ୧୭ ଗିରଫ, ୧୭ଟି ଖଣ୍ଡା ଜବତ

27

କନକ ବ୍ୟୁରୋ: ଗ୍ୟାଙ୍ଗୱାର ଉଦ୍ୟମକୁ ପଣ୍ଡ କଲା ବ୍ରହ୍ମପୁର ପୁଲିସ । ୨ଟି ଗ୍ୟାଙ୍ଗର ୧୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୭ ଟି ଖଣ୍ଡା ଜବତ କରିଛି ପୁଲିସ । ବ୍ରହ୍ମପୁର ଟାଉନଥାନା ଓ ଗୋଷାଣି ନୂଆ ଗାଁ ପୁଲିସ୍ ଚଢ଼ଉ କରି ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହି ଗିରଫ ଦ୍ୱାରା ଏକ ବଡ ଧରଣର ଗ୍ୟାଙ୍ଗୱାରକୁ ରୋକା ଯାଇ ପାରିଛି ବୋଲି କହିଛନ୍ତି ବ୍ରହ୍ମପୁର ଟାଉନଥାନା ଅଧିକାରୀ । ପୁଲିସର କହିବା ଅନୁଯାୟୀ, ବିଜିପୁର ଅଂଚଳର ବାଇ ସେଠୀ ଓ ଗୋଷାଣୀ ନୂଆ ଗାଁର ଡାକ୍ତର ସାହୁଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ଚାଲିଥିଲା । ଏବଂ ପରସ୍ପରକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିଲେ ଉଭୟ ପକ୍ଷ ।