୬୯ ବର୍ଷରେ ଡ୍ରିମ୍ ଗାର୍ଲ

42

୬୯ ବର୍ଷରେ ଡ୍ରିମ୍ ଗାର୍ଲ । ବଲିଉଡ୍ ଡ୍ରିମ ଗାର୍ଲ ହେମାମାଳିନୀଙ୍କ ଆଜି ୬୯ ତମ ଜନ୍ମ ଦିନ । ଏହି ଅବସରରେ ହେମା ତାଙ୍କର ବାୟୋଗ୍ରାଫି ରିଲିଜ କରିବେ । ହେମାଙ୍କ ବାୟୋଗ୍ରାଫିର ନାଁ ରହିଛି ‘ବିଅଣ୍ଡ ଦି ଡ଼୍ରିମ୍ ଗାର୍ଲ’ । ଏହି ପୁସ୍ତକର ହେମାଙ୍କ ଜୀବନ ବିଷୟରେ ବହୁତ କଥା ଜାଣିହେବ । ହେମାଙ୍କ ଆତ୍ମକଥା ସିନେମା ମାଗାଜିନ ‘ଷ୍ଟାରଡ଼ଷ୍ଟ’ର ପୁର୍ବତନ ଏଡ଼ିଟର ରାମକମଳ ମୁଖାର୍ଜି ଲେଖିଛନ୍ତି ।

ହେମାଙ୍କର ଏହି ପୁସ୍ତକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବନା ଲେଖିଛନ୍ତି । ପୁସ୍ତକରେ ତାଙ୍କର ଦୁଇ ଝିଅ ଇସା ଦେୱାଲ, ଆହନା ଦେୱାଲଙ୍କ ବିଷୟରେ ବହୁତ କିଛି ଲେଖା ଯାଇଛି । ପୁସ୍ତକରେ ହେମା କିପରି ସିନେମା ଦୁନିଆରେ ପ୍ରବେଶ କଲେ ତାହା ବର୍ଣ୍ଣନା କରାଯାଇଛି । ଏହା ସହ ହେମା କିପରି ଅଭିନୟରୁ ରାଜନୀତିରେ ପ୍ରବେଶ କଲେ ସେ ବିଷୟରେ ମଧ୍ୟ ଲେଖା ଯାଇଛି ।

ଜଣେ ସାଉଥ ଇଣ୍ଡିଆନ ଝିଅ କିପରି ହିନ୍ଦି ସିନେମା ଜଗତରେ ସଫଳତା ପାଇଛନ୍ତି ତାହା ଏହି ପୁସ୍ତକରୁ ଜାଣିହେବ । ତେବେ ବଡ କଥା ହେଉଛି ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ବାବଦରେ ପାଠକ କିଛି ଜାଣିବାକୁ ପାଇବେ ନାହିଁ ।