କୋଇଲା ଦୁର୍ନୀତି ମାମଲା! ଶିଳ୍ପପତି ନବୀନ ଜିନ୍ଦଲଙ୍କ ବିରୋଧରେ ସମନ ଜାରି କଲା ସିବିଆଇର ସ୍ୱତନ୍ତ୍ର କୋର୍ଟ

31

କନକ ବ୍ୟୁରୋ: କୋଇଲା ଦୁର୍ନୀତି ମାମଲାରେ ଶିଳ୍ପପତି ନବୀନ ଜିନ୍ଦଲଙ୍କ ବିରୋଧରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ସମନ ଜାରି କରିଛନ୍ତି । ମଧ୍ୟପ୍ରଦେଶର ଭର୍ତନ ନର୍ଥ କୋଲବ୍ଲକ ଆବଂଟନରେ ଠକେଇ ଓ ଅପରାଧିକ ଷଡଯନ୍ତ୍ର ନେଇ ସିବିଆଇ ଜିନ୍ଦଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଏହାପରେ କୋର୍ଟ ସମନ ଜାରି କରିଛନ୍ତି ।

ଏହାସହ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ,ଜେଏସପିଏଲର କିଛି ପୂର୍ବତନ ଅଧିକାରୀଙ୍କ ବିରୋଧରେ ମଧ୍ୟ ସମନ ଜାରି ହୋଇଛି । ଆଗାମୀ ସେପେଟମ୍ବର ୪ରେ ସମସ୍ତଙ୍କୁ ହାଜର ହେବାକୁ ସ୍ୱତନ୍ତ୍ର ଜଜ ନିର୍ଦ୍ଦେଶ ଜାରି କରିଛନ୍ତି । କୋଲବ୍ଲକ ହାତେଇବା ଲାଗି ଜେଏସପିଏଲ କୋଇଲା ମନ୍ତ୍ରଣାଳୟକୁ ଭୁଲ ତଥ୍ୟ ଦେଇଥିବା ସିବିଆଇ ଚାର୍ଜସିଟରେ ଦର୍ଶାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –