ଇଂଲଣ୍ଡ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ । ସଚେତନ ହୋଇ ନିଜକୁ ଆଇସୋଲେସନରେ ରଖିଲେ । ସରକାରଙ୍କ ପରାମର୍ଶ ପାଳନ କରି ଘରେ ରହିବାକୁ ଟ୍ୱିଟ୍ କରି ପରାମର୍ଶ ଦେଲେ ।

3,470

କନକ ବ୍ୟୁରୋ: ‘ବିଶ୍ୱ ମହାମାରୀ’ କରୋନାକୁ ନେଇ ଚିନ୍ତା ବଢୁଥିବାବେଳେ ଏବେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଆଉ ସବୁଠାରୁ ବଡ଼ ତାଙ୍କ ଠାରୁ ଯେମିତି ସଂକ୍ରମଣ ନବ୍ୟାପେ ସେଥିପାଇଁ ନିଜକୁ ଆଇସୋଲେସନରେ ରଖିଛନ୍ତି । ଆଉ ଇଂଲଣ୍ଡରେ କୋଭିଡ୍-୧୯ର ମୁକାବିଲା ତାଙ୍କ ନେତୃତ୍ୱରେ ହିଁ ଜାରି ରହିବ ବୋଲି ଟ୍ୱିଟ୍ କରି ଏକ ଭିଡ଼ିଓ ଦ୍ୱାରା ସ୍ପଷ୍ଟ କରିଛନ୍ତି ଜନସନ୍ ।

ଟ୍ୱିଟ୍ ଜରିଆରେ ଜନସନ୍ କହିଛନ୍ତି କି, ସେ କରୋନା ଆକ୍ରାନ୍ତ ଜାଣିବା ପରେ ନିଜକୁ ଆଇସୋଲେସନରେ ରଖିଛି । କିନ୍ତୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଇଂଲଣ୍ଡ କରୁଥିବା କରୋନା ମୁକାବିଲାର ନେତୃତ୍ୱ ଜାରି ରଖିବି । ଆମ୍ଭେ ସମସ୍ତେ ଏକାଠି ହୋଇ ବିଶ୍ୱ ମହାମାରୀ କରୋନାକୁ ହରାଇବା । ସେଥି ପାଇଁ ସରକାରଙ୍କ ପରାମର୍ଶ ମାନନ୍ତୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ