ସୁବ୍ରତ କହିଲେ ‘କୋରିଆ’ କାହାଣୀ । କରୋନା ମୁକାବିଲା ପାଇଁ ଘରେ ରହିବାକୁ ବାଗଚୀ ଦେଲେ ‘ପେସେଣ୍ଟ-୩୧’ର ଉଦାହରଣ । ବାହାରେ ବୁଲିବାନି, ‘ସୁପର ସ୍ପ୍ରେଡର’ ହେବାନି…

2,303

କନକ ବ୍ୟୁରୋ: କେମିତି ହୁଏ ଦୃତ ସଂକ୍ରମଣ ? ସାଧାରଣ ସଂକ୍ରମଣ ଠାରୁ ଦୃତ ସଂକ୍ରମଣ କେତେ କ୍ଷତି ଆଣେ ? ସଂକ୍ରମଣର ପ୍ରକାର ଭେଦ ବୁଝାଇବାକୁ ଯାଇ ବାଗଚୀ କହିଛନ୍ତି ପେସେଣ୍ଟ-୩୧ କାହାଣୀ । ଲକଡାଉନ ସମୟରେ ସମସ୍ତେ ଘରେ ରହି କରୋନା ସହ ଯୁଦ୍ଧ କରିବାକୁ ବାଗଚୀ ଆହ୍ୱାନ ଦେଲା ବେଳେ ପେସେଣ୍ଟ-୩୧ ଅର୍ଥାତ କୋରିଆର ସୁପର ସ୍ପ୍ରେଡର କଥା କହିଛନ୍ତି ବାଗଚୀ ।

ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ୨.୨୪ରୁ ୩.୫୮ ଜଣଙ୍କ ଅର୍ଥାତ ୨ରୁ ୩ ଜଣଙ୍କୁ ସଂକ୍ରମିତ କରାଇବାର ଆଶଙ୍କା ଥାଏ । ଯିଏ ସଂକ୍ରମିତ ହୋଇଛି ସିଏ ସଂକ୍ରମଣ କରିବାର ଆଶଙ୍କା ଅଧିକ ରହିଥାଏ । ତେବେ ସଂକ୍ରାମକ ବେଳେ ଦୃତ ସଂକ୍ରାମକ ପାଲଟି ଯାଆନ୍ତି । ଦକ୍ଷିଣ କୋରିଆର ଜଣେ ମହିଳା ୧୧୬୦ ଜଣଙ୍କ ସାଙ୍ଗରେ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ । ଆଉ ଏହି ୧୧୬୦ ଜଣ ପରବର୍ତ୍ତୀ ସମୟରେ ୨ରୁ ୪ ଜଣଙ୍କୁ ସଂକ୍ରମିତ କରିବେ । ତେବେ ୩୧ ନମ୍ବର ପେସେଣ୍ଟଥିବା ଏହି ମହିଳା ଦକ୍ଷିଣ କୋରିଆ ପାଇଁ ସୁପର ସ୍ପ୍ରେଡର ବା ଦୃତ ସଂକ୍ରାମକ ପାଲଟିଗଲେ । ଯାହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢିଗଲା ଆଉ ସେ ମହିଳା କୋରିଆ ପାଇଁ ସଙ୍କଟ ଆଣିଦେଲେ ।

ତେବେ ଓଡିଶାର ୩ୟ ଆକ୍ରାନ୍ତ ୩ଟି ହସ୍ପିଟାଲ ବୁଲିଥିଲେ । ତେଣୁ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଦାୟିତ୍ୱର ସହ ସରକାରଙ୍କୁ ଜଣାନ୍ତୁ ଆଉ ନିଜେ ସଙ୍ଗରୋଧରେ ରୁହନ୍ତୁ । ଏହି ସଙ୍କଟ ସମୟରେ କେହି ବି ଅଯଥାରେ ବାହାରକୁ ନବାରିବା ପାଇଁ ସୁବ୍ରତ ବାଗଚୀ ଅନୁରୋଧ କରିଥିବା ବେଳେ ଆମେ ଯେମିତି ଦୃତ ସଂକ୍ରାମକ ନହେଉ, ପେସେଣ୍ଟ-୩୧ ଭଳି ନହେଉ ସେଥିପ୍ରତି ସମସ୍ତେ ଧ୍ୟାନ ଦିଅନ୍ତୁ ।

କୋଭିଡ-୧୯ ଏକ ଯୁଦ୍ଧ । ସୀମାରେ ଜଣେ ଯବାନ ଛିଡା ହୋଇଥାଏ, ତାଙ୍କୁ ନିର୍ଦ୍ଦେଶ ନଯିବା ଯାଏଁ ସେ ସୀମା ଛାଡି କୁଆଡେ ଯାଆନ୍ତିନି, ପ୍ରହରୀ ହୋଇ ଜଗି ରହନ୍ତିୁ । ଠିକ ସେମିତି କରୋନା ଯୁଦ୍ଧରେ ଆମେ ସମସ୍ତେ ଜଣ ଜଣେ ଯୋଦ୍ଧା । ଆଜି ଆମେ ଜଣେ ଜଣେ ସୀମାନ୍ତ ପ୍ରହରୀ । ଯେପର୍ଯ୍ୟନ୍ତ ୧୦୪ରୁ ନିର୍ଦ୍ଦେଶ ନ ଆସିଛି ସେତେବେଳ ଯାଏଁ ଘର ବାହାର ସୀମାକୁ ଆସିବା ନାହିଁ ବୋଲି ସୁବ୍ରତ କହିଛନ୍ତି ।

ତେବେ ଓଡିଶାରେ ୨୬୫ ଜଣଙ୍କ ନମୂନା ପରୀକ୍ଷା ହୋଇଛି । ୧୮୯ଟିର ରିପୋର୍ଟ ଆସିଛି, ୩ ଜଣ (ପୂର୍ବରୁ ୨, ଗତକାଲି ଜଣେ) ପଜିଟିଭ । ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ୩ୟ ଆକ୍ରାନ୍ତଙ୍କ ଦେହରେ ଜ୍ୱର ଅଛି, କାଶ ହେଉଛି । ୩ୟ ଆକ୍ରାନ୍ତଙ୍କ ସହ କେତେ ଜଣ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜାଚାଲିଛି । ୧୦ଟି ମନିଟରିଙ୍ଗ ଟିମ୍ ସେମାନଙ୍କୁ ଖୋଜୁଛନ୍ତି । ସାରା ରାଜ୍ୟରେ ୧୦୦ଟି ମନିଟରିଙ୍ଗ ଟିମ୍ ମୁତୟନ ହୋଇଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଉପରେ ସେମାନେ ନଜର ରଖିଛନ୍ତି ବୋଲି ସୁବ୍ରତ କହିଛନ୍ତି ।