କରୋନା କଟକଣା: ଭୋକରେ ଆଉଟୁପାଉଟୁ ହେଉଛନ୍ତି ଶହ ଶହ ମାଙ୍କଡ, ମାନବିକତା ଦେଖାଇ ଖାଦ୍ୟ ଦେବାକୁ ଆଗକୁ ଆସିଲେ ସହୃଦୟ ବ୍ୟକ୍ତି ।

1,179

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସାରା ଦେଶ ଯେତେବେଳେ ୨୧ ଦିନ ପାଇଁ ଲକ୍ ଡାଉନ୍ ହୋଇଛି । ଚିତ୍ରକୋଣ୍ଡାରୁ କଟକ,ଭୁବନେଶ୍ୱର, ବ୍ରହ୍ମପୁର, କୋରାପୁଟ, ମାଲକାନଗିରି ପ୍ରଭୁତି ସହର ଶହ ଗାଡି ଯାଉଥିଲା । ଆଉ ଯାତ୍ରୀ ଖୁସିରେ ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାର୍ଥ ଦେଉଥିଲେ, ଆରାମରେ ଖାଦ୍ୟ ପାଉଥିଲେ ମାଙ୍କଡ ମାନେ ପରବର୍ତ୍ତୀ ସମୟରେ ରାସ୍ତା ମୁହାଁ ହେଲେ ମାଙ୍କଡ଼ । ହେଲେ ବର୍ତ୍ତମାନ ପରସ୍ଥିତି ଏବେ ସମ୍ପୃଣ ଭିନ୍ନ । ଗାଡି ବନ୍ଧ ଥିବାରୁ ଭୋକ ଉପାସରେ ମାଙ୍କଡ଼। କିନ୍ତୁ ଚିତ୍ରକୋଣ୍ଡାର ଦୁଇ ଜଣ ସୁହୃଦୟ ବ୍ୟକ୍ତି ମାଙ୍କଡ଼ଙ୍କୁ ନିତିଦିନ ଖାଦ୍ୟ ଯୋଗାଉଛନ୍ତି ଓ ଦାବୀ କରୁଛନ୍ତି ବନ ବିଭାଗ ଏହି ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଣ ନିମନ୍ତେ ଆବ୍ୟଶକ ପଦକ୍ଷେପ ନିଅନ୍ତୁ ।

ସବୁଠାରୁ ବଡ଼ କଥା ହେଲା କି, ଲୋକଙ୍କ ସୁରକ୍ଷା ପାଇଁ କିଭଳି କରୋନା ଭୂତାଣୁ ସଂକ୍ରମଣ ରୋକାଯାଇପାରିବ ସେନେଇ ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ କରାଯାଇଛଉି । ଆଉ ଏହାର ପ୍ରଭାବରେ ମଣିଷ ବାଦ୍ ପଶୁ ପକ୍ଷୀ ମଧ୍ୟ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ୍ନ ହେଉଛନ୍ତି । ଲକଡାଉନ ଯୋଗୁଁ ଗାଡି ଘୋଡା ବନ୍ଦ ରହୁଥିବାରୁ ବିଭିନ୍ନ ସ୍ଥାନରେ ବୁଲା ଗାଈଗୋରୁ ହୁଅନ୍ତୁ ଅବା କୁକୁର ଓ ମାଙ୍କଡ଼ ମାନେ କେହି ବି ପର୍ଯ୍ୟଟନସ୍ଥଳୀରେ ଖାଦ୍ୟ ପଦାର୍ଥ ପାଉ ନାହାନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ଚିନ୍ତା କରିବା ଆବଶ୍ୟକ ବୋଲି ଦୁହେଁ ଅନୁରୋଧ କରିଛନ୍ତି ।