ସିନେମା ସଂଜୁକୁ ନେଇ ତେଜିଲା ବିବାଦ ! ବାଥରୁମ୍ ଦୃଶ୍ୟକୁ ନେଇ ଦେଖାଦେଲା ବିବାଦ ।       

38

ବଲିଉଡ ଫିଲ୍ମ ‘ସଂଜୁ’ର ଟ୍ରେଲରକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଏହି ବିବାଦ ଫିଲ୍ମର ବାଥରୁମ ସିନକୁ ନେଇ ହୋଇଛି । ଏହି ସିନରେ ରଣବୀର କାପୁର ଜେଲରେ ବସିଥିବା ବେଳେ ବାଥରୁମ ଲିକେଜ ହୋଇଯାଏ । ଏହା ପରେ ସେ ଚିତ୍କାର କରି ଜେଲ କର୍ମଚାରୀଙ୍କୁ ଡାକୁଥିବାର ଦେଖିବାକୁ ମିଳିଛି । ଏହି ସିନକୁ ନେଇ ଆରଟିଆଇ ଏକ୍ଟିବିସ୍ଟ ପୃଥିବୀ ମସ୍କେ ଆପତ୍ତି ଉଠାଇଛନ୍ତି । ତାଙ୍କ ମତରେ ଏହି ପ୍ରକାର ସିନ୍ ଭାରତୀୟ ଜେଲର ଛବିକୁ ଖରାପ କରୁଛି ।

ଏହାକୁ ନେଇ ମସ୍କେ ସେନସର ବୋର୍ଡକୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି ଏହି ପ୍ରକାର ସିନ୍ ଦ୍ୱାରା ଭାରତୀୟ ଜେଲର ଛବି ଖରାପ କରିବା ଉଚିତ ନୁହେଁ । ତେବେ ଏହାକୁ ନେଇ ସେଂସର ବୋର୍ଡ ଏବଂ ଫିଲ୍ମର ଟିମ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କହିରଖିୁଛୁ ଯେ ଫିଲ୍ମର ଟ୍ରେଲର ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ସଂଜୟ ଦତ୍ତଙ୍କ ଜୀବନର ଅନେକ ଅଜଣା କଥା ବିଷୟରେ ଜାଣିବାକୁ ମିଳିବ । ଫିଲ୍ମ ୨୯ ଜୁନରେ ରିଲିଜ ହେବାକୁ ଥିବା ବେଳେ ଏହା ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି ତାହା ଦେଖିବା ବାକି ରହିଲା ।