ସାରା ରାଜ୍ୟରେ ବର୍ଷାର ତାଣ୍ଡବ । ମାଲକାନଗିରିରେ ଯୋଗଯୋଗ ବିଛିନ, କଳାହାଣ୍ଡିର ସ୍ଥିତି ସଂଗୀନ ।

38

ମାଲକାନଗିର ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା କରୁଛି ହନ୍ତସନ୍ତ । ଏହି ଦୁଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି କୋରୁକୋଣ୍ଡା ବ୍ଲକରେ ୨୦୮ ମିମି ବର୍ଷା, ମୈଥିଲୀରେ ୧୭୪, ଖୋଇରୀପୁଟ ଠାରେ ହାରାହାରି ୧୪୩ ମିଲିମିଟର ବର୍ଷା ପରିମାଣ ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ଆଭରେଜ ବର୍ଷା ୧୧୨ ମିଲିମିଟର ରହିଥିବାବେଳେ ସାବେରୀ ନଈରେ ବନ୍ୟା, ମାଲକାନଗିରି ସହ ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ, କନ୍ୟାଶ୍ରମଠାରେ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ସୁଚନା ମିଳିଛି । ଏହାସହ କାଲମେଳା ପୋଡିଆଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ଏପରିକି ବନ୍ୟାପାଣିରେ ପାଙ୍ଗମ ଓ ପୋଟେରୁ ପୋଲ ନଷ୍ଟ ହୋଇଯାଇଛି । ଏହାସହ ବନ୍ୟାପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ଏବଂ ଖଇରପୁଟ ବ୍ଲକ ମାଝୀଗୁଡ଼ା ନାଳରେ ଭାସିଯାଇ ଜଣେ ମୃତ ହୋଇଥିବା ସୁଚନା ମିଳିଛି ।

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଲାଗଣ ବର୍ଷା ଜାରି ରହିଛି । କଳାହାଣ୍ଡିର ଏମ.ରାମପୁର ଠାରେ ୧୯୯ ମିଲିମିଟର, କାର୍ଲାମୁଣ୍ଡାରେ ୧୯୧.୭ ମିଲିମିଟର, ଭାବାନୀପାଟଣାରେ ୧୧୪.୪ ମିଲିମିଟର ବର୍ଷା ପରିମାଣ ରେକର୍ଡ କରାଯାଇଛି । ଗତକାଲି ରାତିରୁ ରାଜ୍ୟର ବିିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଇନ୍ଦ୍ରାବତୀ ନଦୀରେ ଜଳ ସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥତି ଦେଖାଦେଇଛି । କଲାମପୁର ବ୍ଲକରେ ଜଳବନ୍ଦୀ ଘେରରେ ଫସିରହିଥିବା ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଏସଆରସି କହିଛନ୍ତି ।