କ୍ୟାନ୍ସର ଚିକିତ୍ସା ପାଇଁ ଶ୍ରମିକମାନଙ୍କୁ ମିଳିବ ଦୁଇ ଲକ୍ଷ ଟଙ୍କା ! ସରକାର ନେଲେ ବଡ ନିଷ୍ପତ୍ତି, ନିର୍ମାଣ ଶ୍ରମିକ ପରିବାର ପାଇବେ ଅନେକ ଲାଭ ।

94

ନିର୍ମାଣ ଶ୍ରମିକ ମାନଙ୍କୁ କ୍ୟାନ୍ସର ଭଳି ବିପଦପୂର୍ଣ୍ଣ ରୋଗର ନିରାକରଣ ପାଇଁ ଦିଆଯାଉଥିବା ସହାୟତା ରାଶିକୁ ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହି ନିୟମ ପଞ୍ଜାବ ଠାରେ ଲାଗୁ ହେବାକୁ ଯାଉଛି । ବିଲ୍ଡିଂ ଆଣ୍ଡ ଅଦର କନଷ୍ଟ୍ରକସନ୍ ୱାର୍କର୍ସ ୱେଲଫେୟାର ବୋର୍ଡର ଆଡଭାଇଜରି କମିଟିର ଶୁକ୍ରବାର ହୋଇଥିବା ବୈଠକରେ ପଞ୍ଜାବର ଶ୍ରମମନ୍ତ୍ରୀ ଏବଂ କମିଟିର ଚେୟାରମ୍ୟାନ ବଲବୀର ସିଂହ ସିନ୍ଧୁ ଏହି ନିର୍ଣ୍ଣୟ ନେଇଛନ୍ତି । ସେମାନେ କହିଛନ୍ତି ଯେ, କ୍ୟାନସର ସମେତ ହୃଦଘାତ ରୋଗର ଚିକିତ୍ସା ପାଇଁ ମଧ୍ୟ ଦୁଇ ଲକ୍ଷ ଟଙ୍କା ଦିଆଯିବ ।

ଏହା ସହ କମିଟି, ନିର୍ମାଣ ଶ୍ରମିକଙ୍କ ମେଡିକାଲ କ୍ଲେମ୍ ବିଲ୍ ଗୁଡିକୁ ପାସ କରିବା ପାଇଁ ଲେବର ଇନସ୍ପେକ୍ଟର ମାନଙ୍କୁ ଦାୟିତ୍ୱ ଦିଆଯିବ । ଆଡଭାଇଜରି କମିଟି, ନିର୍ମାଣ ଶ୍ରମିକମାନଙ୍କ ଝିଅ ବିବାହ ପାଇଁ ଦିଆଯାଉଥିବା ରାଶିରେ ୩୧ ହଜାରରୁ ୫୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବା ପାଇଁ ସ୍ୱୀକୃତି ଦେଇଛି । କମିଟି ସର୍ବସମିତିରେ ଏହି ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁ ନିର୍ମାଣ ଶ୍ରମିକ ମାନଙ୍କର ପିଲାମାନେ ଜିଲ୍ଲା, ରାଜ୍ୟ, ରାଷ୍ଟ୍ର କିମ୍ବା ଅନ୍ତରାଷ୍ଟ୍ରୀୟ ସ୍ଥରରେ ଖେଳ ଜଗତରେ ନାଁ କରିପାରୁଛନ୍ତି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ । ନିର୍ମାଣ ଶ୍ରମିକ ମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପ୍ରାପ୍ତ କରିବା ପାଇଁ ଦିଆଯାଉଥିବା ସ୍କିମରେ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଅଧୀନରେ ପରୀକ୍ଷାରେ ୮୫ ପ୍ରତିଶତ ନମ୍ବର ବଦଳରେ ୭୫ ପ୍ରତିଶତ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି କରାଯାଇଛି ।