ଆଦିବାସୀଙ୍କୁ ଅବହେଳା ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ଶତାଧିକ କଂଗ୍ରେସ କର୍ମୀ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଭବନ ସମ୍ମୁଖରେ ଅନଶନରେ ବସିଥିବା କଂଗ୍ରେସ ନେତା ରାଜ୍ୟପାଳଙ୍କୁ ଭେଟିଛନ୍ତି । କଂଗ୍ରେସ ଆଦିବାସୀ ଓ ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ପ୍ରଦୀପ ମାଝୀ ଓ କୋରାପୁଟ ବିଧାୟକ କୃଷ୍ଣ ଶଗରିଆଙ୍କ ନେତୃତ୍ୱରେ ଆମରଣ ଅନଶନରେ ବସିଥିବା ଶତାଧିକ କଂଗ୍ରେସ କର୍ମୀ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ମାଲକାନଗିରିରେ ଗତ ୪ମାସ ଭିତରେ ମୃତ୍ୟୁବରଣ କରିଥିବା ସମସ୍ତ ଶିଶୁଙ୍କୁ ୩ଲକ୍ଷ ପରିବର୍ତେ ୧୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, କେବିକେରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ଗୁମୁଡୁମୁହା ଗୁଳିକାଣ୍ଡ ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ବିଧାନ ଦାବି କରିଛି କଂଗ୍ରେସ ।