ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ର ଓ ଅଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡୋଗଳ,ତିନିଜଣ କଲେଜ ଛାତ୍ର ଆହତ

36

କନକ ବ୍ୟୁରୋ: ବିଜେବି କଲେଜରେ ଛାତ୍ର ଓ ଅଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡୋଗଳ । ମାରପିଟ ହୋଇ ତିନିଜଣ କଲେଜ ଛାତ୍ର ଆହତ ହୋଇଛନ୍ତି । ଏହାକୁ ନେଇ କଲେଜ ପରିସର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ କଲେଜ ଛାତ୍ରଙ୍କ ଭୁବନେଶ୍ୱର-ପୁରୀ ରାଜରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଯାତାୟତ ୨ଘଂଟା ଧରି ବ୍ୟାଘାତ ସୃଷ୍ଟି ହୋଇଥିଲା । ଗତକାଲି କଲେଜ ଛାତ୍ର ପାଇତଟ ମଲ୍ଲିକ, ଦେବନ ହେମବ୍ରମ ଓ କାହ୍ନୁ ଚରଣଙ୍କୁ କେତେକ ଅଣ ଛାତ୍ର ଆକ୍ରମଣ କରିଥିଲେ ।

ଛାତ୍ରଙ୍କୁ ଆକ୍ରମଣ କରିବା ସହ ଏକ ଟିଫିନ ଷ୍ଟଲ ଭାଙ୍ଗି ଦୁର୍ବୃତମାନେ ଫେରାର ହୋଇଯାଇଥିଲେ । ରକି ପଟ୍ଟନାୟକ ନାମକ ଜଣେ ଅଣ ଛାତ୍ର କଲେଜରେ ପଶିି ବାରମ୍ବାର ଏହିଭଳି ଅଘଟଣ ଘଟାଉଥିବା ଅଭିଯୋଗ ଆଣିଛନ୍ତି କଲେଜ ଛାତ୍ର ।  କିଛି ଦିନ ତଳେ ଏହିଭଳି ପରିସ୍ଥିତି ଭିଆଇ ଥିଲା ସେହି ଅଣ ଛାତ୍ର ଜଣକ । ତାହାକୁ କଲେଜର ପ୍ରିନ୍ସିପାଲ ଓ ପୋଲିସ ଉପସ୍ଥିତରେ ସମାଧାନ କରାଯାଇଥିଲା ।