ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ସଙ୍ଗୀନ ଅଭିଯୋଗ

21

କନକ ବ୍ୟୁରୋ : ବିମୁଦ୍ରାୟନ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି, ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ କରିଥିବା ଦୁର୍ନୀତିର ସୂଚନା ଥିବାରୁ ଡରରେ ସେ ତାଙ୍କୁ ପାର୍ଲାମେଂଟରେ କହିବାକୁ ଅନୁମତି ଦେଉ ନାହାଁନ୍ତି ।

ନୋଟ୍‌ ନିଷିଦ୍ଧ ଯୋଗୁଁ ସାଂପ୍ରତିକ ଅର୍ଥ ସଙ୍କଟ ବିଷୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜବାବ ଦେବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ନଭେମ୍ବର ୧୬ରୁ ପାର୍ଲାମେଂଟର ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଉଭୟ ଗୃହରେ କୌଣସି ବକ୍ତବ୍ୟ ଦେଇନାହାଁନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ମୁକାବିଲା କରିବାକୁ ଭୟ କରୁଛନ୍ତି । ସେଥିପାଇଁ ଏ ସଂକ୍ରାନ୍ତରେ ଲୋକସଭାରେ ହୋଇଥିବା ତର୍କକୁ ବିଜେପି ରୁଲିଂ ବଳରେ ସ୍ଥଗିତ କରାଇଛି ।