କଂଗ୍ରେସର ଦୁଇ ଘଂଟିଆ ଓଡିଶା ବନ୍ଦ ଡାକରା: ଆଜି ସବୁ ଜିଲ୍ଲା ସଦରମହକୁମାରେ ଦିନ ୧୦ରୁ ୧୨ଟା ଯାଏଁ ବନ୍ଦ ପାଳନ

46

କନକ ବ୍ୟୁରୋ : ଆଜି କଂଗ୍ରେସର ଦୁଇ ଘଂଟିଆ ଓଡିଶା ବନ୍ଦ । ରାଜ୍ୟର ସମସ୍ତ ଜିଳ୍ଲାର ସଦର ମହକୁମାରେ ଦିନ ୧୦ଟାରୁ ୧୨ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଆଦିବାସୀମାନଙ୍କୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ରାଜଭବନ ସମ୍ମୁଖରେ ଚାଲିଥିବା ଆମରଣ ଅନଶନକୁ ସମର୍ଥନ କରି ପିସିସି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

କଂଗ୍ରେସ ଆଦିବାସୀ ଓ ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ପ୍ରଦୀପ ମାଝୀ ଓ କୋରାପୁଟ ବିଧାୟକ କୃଷ୍ଣ ଶଗରିଆଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ତାଙ୍କ ଆମରଣ ଅନଶନ ଜାରି ରଖିଛନ୍ତି । ମାଲକାନଗିରିରେ ଗତ ୪ମାସ ଭିତରେ ମୃତ୍ୟୁବରଣ କରିଥିବା ସମସ୍ତ ଶିଶୁଙ୍କୁ ୩ ଲକ୍ଷ ପରିବର୍ତ୍ତେ ୧୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, କେବିକେରେ ସମସ୍ତ ଡାକ୍ତର ପଦ ପୂରଣ ଓ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ବିଧାନ ଦାବି କରିଛି କଂଗ୍ରେସ ।