କେରଳ: ପ୍ରସିଦ୍ଧ ଶବରୀମାଲା ମନ୍ଦିରରେ ଦଳାଚକଟା ଯୋଗୁଁ ୪୦ ଶ୍ରଦ୍ଧାଳୁ ଆହତ, ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ

39

କନକ ବ୍ୟୁରୋ : କେରଳର ପ୍ରସିଦ୍ଧ ଶବରୀମାଲା ମନ୍ଦିରରେ ଅଘଟଣ । ଗତକାଲି ସନ୍ଧ୍ୟାରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ହୋଇଛି । ଏଥିରେ ୪୦ ଜଣ ଭକ୍ତ ଆହତ ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ପମ୍ବା ମେଡିକାଲରେ ଭର୍ତ୍ତିିି କରାଯାଇଛି । ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କୋଟ୍ଟାୟମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଥିବା ବେଳେ ପୋଲିସ ବ୍ୟାରିକେଡ ଭାଙ୍ଗିବାରୁ ଦଳାଚକଟା ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଶବରୀମାଲା ମନ୍ଦିରରେ ୪୧ ଦିନିଆ ମଣ୍ଡଳ ପୂଜା ଚାଲୁଛି । ଆଜି ସମାପନ ଦିବସ ଥିବାରୁ ଗତକାଲି ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଗହଳି ଲାଗିଥିଲା ।