କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ପାଇଁ ବିଧାନସଭାକୁ ଚାଲିଚାଲି ଗଲେ ବିଧାୟକ । କଡା ସୁରକ୍ଷାବଳ ମଧ୍ୟରେ ବିଧାନସଭା ଯିବେ ନବୀନ

21

କନକ ବ୍ୟୁରୋ : ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦେଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଓଡିଶାରେ ବ୍ୟାପକ ମାତ୍ରାରେ ଦେଖାଯାଇଛି । ତେବେ ଆଜି ସକାଳୁ କଂଗ୍ରେସ କର୍ମୀମାନେ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ସତସଙ୍ଗବିହାର, ନୟାପଲ୍ଲୀ, ରସୁଲଗଡ, ଏଜିଛକ ଆଦି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିବା ସୂଚନା ମିଳିଛି । ତେବେ ରସ୍ତା ରୋକ ପ୍ରଭାବରେ ବିଧାନସଭା ଆଗରେ ମଧ୍ୟ କଂଗ୍ରେସ କର୍ମୀମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି । ରାସ୍ତାରୋକ ପାଇଁ ବିଧାନସଭାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ମନ୍ତ୍ରୀ କଡା ସୁରକ୍ଷାରେ ବିଧାନସଭାରେ ପ୍ରବେଶ କରିଥିବା ବେଳେ ବିଧାୟକମାନେ ଚାଲିଚାଲି ବିଧାନସଭାରେ ପ୍ରବେଶ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଏଜି ଛକରେ ଅଟକାଇବାପାଇଁ କଂଗ୍ରେସର ବିଧାୟକମାନେ ସେଠାରେ ଉପସ୍ଥିତ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ କଡା ସୁରକ୍ଷାବଳୟ ମଧ୍ୟରେ ବିଧାନସଭା ନିଆଯିବ ବୋଲି ଜଣାପଡିଛି । ମାତ୍ର ଆଉ ଅଳ୍ପସମୟ ପରେ ନବୀନ ବିଧାନସଭା ପହଚିଂ ପାରନ୍ତି ବୋଲି ସୂଚନା ମିଳିଛି ।